୨୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆଥେଲେଟିକ୍ ଆସୋସିଏସନ ଆନୁକୁଲ୍ୟରେ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନର ଖେଳ ବାଙ୍କୀ ଆଥେଲେଟିକ୍ ଆସୋସିଏସନ ଓ ପିୱାଇସି ଅଟ୍ରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଟସ୍ରେ ବାଙ୍କୀ ଆଥେଲେଟିକ୍ ଆସୋସିଏସନ ବିଜୟୀ ହୋଇ ନିର୍ଦ୍ଧାରିତ ୨୦ଓଭରରେ ୮ୱିକେଟ ହରାଇ ୨୩୯ରନ ସଂଗ୍ରହ କରିଥିଲା । ଦଳତରଫରୁ ଜେଡି ରାଉତ ୩୯ ବଲରେ ୮୨ରନ ଏବଂ ସାଗର ବେହେରା ୧୬ବଲ୍ରୁ ୩୮ରନ୍ କରିଥିଲେ ।
