Home ଓଡ଼ିଶା ବାଙ୍କୀ କଲେଜରେ ଆସ୍ଥା ଶିକ୍ଷା ଟ୍ରଷ୍ଟ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-.> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସ୍ଥା ଶିକ୍ଷା ଟ୍ରଷ୍ଟ ଆନୁକୁଲ୍ୟରେ ପିପିପି ମୋଡ୍ରେ ଖୋଲିଥିବା ବୃତ୍ତିଗତ ସେଲ୍ଫ ଫାଇନାନ୍ସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ବୃତ୍ତିଗତ ସେଲ୍ପ୍ ପାଇନାନ୍ସ୍ ପାଠ୍ୟକ୍ରମର ସଂଯୋଜକ ଅଧ୍ୟାପକ ଆଶିଷ କୁମାର ପାଢୀ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଏହି ପାଠ୍ୟକ୍ରମ ଶେଷ କରିବା ପରେ ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନେ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଭଲପାଠ ପଢ଼ି କଲେଜର ସୁନାମ ରକ୍ଷା ପାଇଁ ଅଧ୍ୟକ୍ଷ ଡକ୍ଟର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ବୃତ୍ତିଗତ ସେଲ୍ଫ୍ ପାଇନାନ୍ସର ଖୋଲିଥିବା ୬ଗୋଟି ବିଷୟ ଆତ୍ମନିଯୁକ୍ତି ଏବଂ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ଆଣିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର, ବରିଷ୍ଠ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଡକ୍ଟର ଶ୍ରୀକାନ୍ତ ଦାସ, ଅଧ୍ୟାପିକା ଅର୍ପିତା ଅପରଜିତା, ଡକ୍ଟର ମାନସ ମହାପାତ୍ର, ଅଧ୍ୟାପକ ଜଗନ୍ନାଥ ଦଳେଇ ଅଧ୍ୟାପିକା ସିନ୍ଧୁବାଳା ପଣ୍ଡା ଓ କିରଣ ସାହୁ ପ୍ରମୁଖ ଯୋଗଦାନ କରି ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କର ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହେଉ ବୋଲି କହିଥିଲେ । ଅଧ୍ୟାପିକା ଜ୍ଞାନଦା ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, କଟକ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026