Home ଓଡ଼ିଶା ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପ୍ରତିଷ୍ଠା ଦିବସ ସମାରୋହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ସମାରୋହ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ସଭାପତି ଆଇନଜୀବୀ ବିରଞ୍ôଚ ଦାସ ସଭାପତିତ୍ୱ କରି ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘର ଉପସଭାପତି ବଳଭଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ପ୍ରଫୁଲ୍ଲଚନ୍ଦ୍ର ପଣ୍ଡା ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ବରିଷ୍ଠ ନାଗରିକମାନେ ଦେଶର ସମ୍ପଦ ଭାବେ ବର୍ଣ୍ଣନା କରିବା ସହିତ ସେମାନଙ୍କର ଆଶୀର୍ବାଦ ଆମ ପାଇଁ ଦିଗ୍ଦର୍ଶନ ଦେଖାଇବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଭୁବନେଶ୍ୱରର ସାଧାରଣ ସଂପାଦକ ଯୁଗଳକିଶୋର ସାହୁ ଯୋଗଦାନ କରି ବରିଷ୍ଠ ନାଗରିକମାନେ ଆନନ୍ଦ ଓ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ଡାକ୍ତର ଗୁରୁକୃଷ୍ଣ ମହାପାତ୍ର ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ରୋଗ ବିଶେଷ କରି ମଧୁମେହ ରୋଗ ସଂପର୍କରେ ବହୁ ଉପଦେଶ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବାଙ୍କୀ ନଗରପାଳିକା ମାଣିକ ସାହୁ ଯୋଗଦାନ କରି ବରିଷ୍ଠ ନାଗରିକ ସଂଘର ଉତୋରତ୍ତର କାମନା କରିବା ସହିତ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ସଂପାଦକ ବିପିନି ବିହାରୀ ମହାନ୍ତି, ଅବସରପ୍ରାପ୍ତ ଅତିରିକ୍ତ ସମବାୟ ସଚିବ ଭରତ ଚନ୍ଦ୍ର ବେହେରା, ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, କାଉନସିଲର ସନାତନ ବେହେରା, ଆଇନଜୀବୀ ଶ୍ରୀନିବାସ ମହାପାତ୍ର, ଉପଦେଷ୍ଟା କୃତିବାସ ପଣ୍ଡା ଓ ବ୍ରଜବନ୍ଧୁ ପାଲ୍ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର କିପରି ସମାଧାନ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ଦୁର୍ଗାଚରଣ ପଣ୍ଡା ଓ ସେବତୀ ଦେବତାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର , ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ଜ୍ଞାନ୍ଦ୍ରେ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନୀଳମାଧବ ମିଶ୍ର , ସୁବାସ ପ୍ରହଜରାଜ, ଭଗବାନ ସାମଲ ଓ ଆଶୋକ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ନର୍ଲା ଅଞ୍ଚଳରୁ ପୁଣି ଚୋରି by Proprietor Abhimanyu Maharana June 16, 2026 ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ by Proprietor Abhimanyu Maharana June 16, 2026 ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026