ବାଙ୍କୀ କଲେଜରେ ୭୭ତମ ଏନ୍‌.ସି.ସି ଦିବସ ପାଳିତ

୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୭ତମ ଜାତୀୟ ଏନ୍‌.ସି.ସି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରୁଷ ଓ ମହିଳା ଟ୍ରୁଫ୍ , ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଆକାଶ ବାହିନୀ ଓ ସ୍ଥଳବାହିନୀ ଏବଂ ବାଙ୍କୀ ଚର୍ଚ୍ଚିକା ସରକାରି ବାଳିକା ଉଚ୍ଚବିଦ୍ୟାଳୟର ବାଳିକା ଏନ୍‌.ସି.ସି ଟ୍ରୁଫ୍ ଯୋଗଦେଇଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଏନ୍‌.ସି.ସି ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ଏନ୍‌.ସି.ସି.ର ସମସ୍ତ କ୍ୟଡେଟ୍‌ମାନେ ଦେଶର ପ୍ରଗତି ଓ ସୁରକ୍ଷା ଦିଗରେ କାର୍ଯ୍ୟକରିବା ପାଇଁ ମୁଖ୍ୟଅତିଥି ଡକ୍ଟର ମହାନ୍ତି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ଯୋଗଦାନ କରି ଏନ୍‌.ସି.ସିର ଇତିହାସ ଓ ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ବାଙ୍କୀ କଲେଜ ପୁରୁଷ ଏନ୍‌.ସି.ସିି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁ ଓ ବାଙ୍କୀ ଚର୍ଚ୍ଚିକା ସରକାରୀ ଉଚ୍ଚବିଦ୍ୟାଳୟର ଏନ୍‌.ସି.ସି ଅଧିକାରିଣୀ ତଥା ଥାର୍ଡ ଅଫିସର ଜୟନ୍ତୀ ଗୋଚ୍ଛିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଆକାଶ ବାହିନୀ ଅଧିକାରୀ ସୁବ୍ରତ ଖଟୁଆ, ସ୍ଥଳବାହିନୀ ଅଧିକାରୀ ସୁରଜିତ୍ କୁମାର ଦଳେଇ, ଅଧ୍ୟାପକ ଯୋଗୀନାଥ ମଲ୍ଲିକ ଓ ଅଧ୍ୟାପିକା ଦେବସ୍ମିତା ରାଉତ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି କ୍ୟାଡେଟମାନଙ୍କୁ ଅଧ୍ୟକ୍ଷ ଡକ୍ଟର ମହାନ୍ତି ପୁରସ୍କୃତ କରିଥିଲେ । ଏନ୍‌.ସି.ସି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version