Home ଓଡ଼ିଶା ଅଭୟପାଦର ୨୪ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଢ଼ଁସର ଗ୍ରାମର ପୁରାତନ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଅନୁଷ୍ଠାନ ଅଭୟପାଦର ୨୪ତମ ବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନରେ ନରଗାଙ୍ଗ ସ୍ଥିତ ଜାହ୍ନବୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ସାମ୍ବାଦିକ ଗୌରାଙ୍ଗ ବେହେରାଙ୍କ ସଂଚାଳନରେ ଅଭୟପାଦର ସଂପାଦକ ସୁଦର୍ଶନ ସାହୁ ବାଷିର୍କ ବିବରଣୀ ପଠନ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବସୁଦେବ କୁଟୁମ୍ବକମ୍ ରାଜ୍ୟ ପ୍ରତିଷ୍ଠାତା ସଭାପତି ଭାଗୀରଥି ସାହୁ ଯୋଗଦେଇ ବର୍ତ୍ତମାନ ସମୟରେ ଧର୍ମ ଏକ ଅଭିନ୍ନ ବସୁଦେବକୁଟୁମ୍ବକମ୍ ସମସ୍ତ ଲୋକଙ୍କୁ ଏକାକାର କରିବା ତା’ର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଡକ୍ଟର ଆଲୋକକୁମାର ସାହୁ ଯୋଗଦେଇ ଅଭୟପାଦ ସମାଜ , ସଂସ୍କାର ତଥା ବାଙ୍କୀର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସାମାଜିକ କ୍ଷେତ୍ରରେ ତା’ର ଦାୟିତ୍ୱକୁ ସୂଚାରୁ ରୂୂପେ ସଂପାଦନ କରି ଆସୁଥିବା ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୁବସଂଗଠକ ଅଭିନାଶ ପଟ୍ଟନାୟକ , ଆଦିବାସୀ ହରିଜନ କଲ୍ୟାଣ ପରିଷଦର ସଂପାଦକ କେଶବ ଚନ୍ଦ୍ର ବେହେରା, ଅନୁଷ୍ଠାନର ଉପଦେଷ୍ଟା କବି ଶ୍ରୀବନ୍ତ ପ୍ରସାଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥି ମଧ୍ୟରୁ ଆଇନଜୀବୀ ଜିତେନ୍ କୁମାର ରଥ, ଯୁବସାମ୍ବାଦିକ ବିଭୂପ୍ରସାଦ ସାମଲ, ଅଇନଜୀବୀ ଗଗନ ବିହାରୀ ମହାପାତ୍ର, ଶିକ୍ଷକ ଗୟାଧର ନାୟକ,ଶିକ୍ଷକ ବଳରାମ ପାଇକରାୟଙ୍କ ସମେତ ଅନେକ ପ୍ରତିଭାମାନଙ୍କୁ ଅଭୟପାଦ ପକ୍ଷରୁ ମାନପତ୍ର ଓ ଉପଢ଼ୌକକନ ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଥିଲେ ସତ୍ୟବ୍ରତ ପ୍ରଧାନ, ସତ୍ୟନାରାୟଣ ସୁବୁଦ୍ଧି, ଶେଷରେ ଅଭୟପାଦ ପକ୍ଷରୁ ଶ୍ରୀଗୁରୁ ପାଦ ପ୍ରଡକ୍ସନ୍ ପକ୍ଷରୁ ଅଭୟପାଦର ଦ୍ୱିତୀୟ ଭାଗର ସୁଟିଂର ଶୁଭାରମ୍ଭ ହୋଇଥିଲା । ତୁଳସୀ ସାହୁ ଏହାକୁ ପ୍ରଯୋଜନା କରିଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ନର୍ଲା ଅଞ୍ଚଳରୁ ପୁଣି ଚୋରି by Proprietor Abhimanyu Maharana June 16, 2026 ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ by Proprietor Abhimanyu Maharana June 16, 2026 ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026