Home ଓଡ଼ିଶା ୩୨ତମ ରାଜ୍ୟସ୍ତରୀୟ ପୁରୁଷ ମହିଳା ବଲବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଜକୁ ୪ଦିନ ଧରି ବାଙ୍କୀ କଲେଜ ଖେଳପଡିଆ ଠରେ ଚାଲିଥିବା ରାଜ୍ୟସ୍ତରୀୟ ପୁରୁଷ ମହିଳା ବଲ୍ ବ୍ୟାଡମିଣ୍ଟନ୍ ଟର୍ଣ୍ଣାମେଣ୍ଟ୍ ଆଜି ଉଦ୍ଯାପିତ ହୋଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବାଙ୍କୀ କଲେଜର ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ୍ ମହାନ୍ତି ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଏନ୍.ଏ.ସି ଅଧ୍ୟକ୍ଷା ମାଣିକ ସାହୁ, ସମ୍ମାନିତ ଅତିଥିଭାବେ ସାଉଥ୍ ଏସିଆନ୍ ପେଡେରସନ୍ ଗେମ୍ରେ ବ୍ରୋଞ୍ଚପଦକ ଧାରୀ ଆଥେଲେଟ୍ ଶ୍ରୀମତୀ ସୁଷମା ବେହେରା , ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର, ରାଜ୍ୟ ବଲ୍ବ୍ୟାଡ୍ମିଣ୍ଟନ୍ ଆସୋସିଏସନ ସଂପାଦକ ସୁକାନ୍ତ କୁମାର ଦାସ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମା’ଚର୍ଚ୍ଚିକା ୟୁଥ୍ ଆସୋସିଏସନର ସଂପାଦକ ବିବେକାନନ୍ଦ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଶୈଳେନ୍ଦ୍ର ଦେଓ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୁରୁଷ ବିଭାଗରେ ବେଷ୍ଟ୍ ପ୍ଳେୟାର ଭାବେ ସୁନନ୍ଦା ଭୋଇ, ମହିଳା ବିଭାଗରେ ସନ୍ତୋଷୀ ନନ୍ଦ, ମହିଳା ବିଭାଗ ବଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମହିଳା ଦଳ ଏବଂ ପୁରୁଷ ବ୍ୟାଡମିଣ୍ଟନ ଖେଳରେ ପୁରୀ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରି ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ଠାରୁ ମାନପତ୍ର ସହ ପୁରସ୍କୃତ ହୋଇଥିଲେ । ଏହି ଖେଳରେ ବାଙ୍କୀ କଲେଜ କ୍ରିଡା ଶିକ୍ଷକ ରବିନ୍ଦ୍ର ପ୍ରଧାନ, ନିରଞ୍ଜନ ସାହୁ, ମିନକେତନ ପଣ୍ଡା, ଜଗନ୍ନାଥ ଦଳେଇ, ଜିତେନ୍ଦ୍ର ଦେଓ, କୃପାସିନ୍ଧୁ ପ୍ରଧାନ, ଦିଲ୍ଲୀପ ସାହୁ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ କଟକ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନର ସଂପାଦକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ନର୍ଲା ଅଞ୍ଚଳରୁ ପୁଣି ଚୋରି by Proprietor Abhimanyu Maharana June 16, 2026 ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ by Proprietor Abhimanyu Maharana June 16, 2026 ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026