ସ୍ୱର୍ଗତ ଲକ୍ଷ୍ମୀଧର ବେହେରା କ୍ରିକେଟ ଟୁର୍ଣ୍ଣମେଣ୍ଟ୍ ଉଦ୍‌ଘାଟିତ, ସେମିଫାଇନାଲ୍‌ରେ କିଆଝର ଓ ଢ଼େଙ୍କାନାଳ

୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆଥେଲେଟିକ୍ ଆସୋସିଏସନର ଆନୁକୁଲ୍ୟରେ ଆଜି ଆରମ୍ଭ ହୋଇଥିବା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବାଙ୍କୀ କଚେରୀ ପଡିଆ ଠାରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଉଦ୍‌ଘାଟନ କରିଥିଲେ । କ୍ଲବର ସଭାପତି ସନ୍ତୋଷ କୁମାର ରଣା, କ୍ରିକେଟ ସଭାପତି ସତ୍ୟରଞ୍ଜନ ସାହୁ, ଆଥେଲେଟିକ୍ ଆସୋସିଏସନ୍ ସଭାପତି ସୌମେନ୍ଦ୍ର ମିଶ୍ର, ବିଶେଷ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ମ୍ୟାଚରେ ଖୋର୍ଦ୍ଧା ଭାଲିଆବାଡି ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ଓଭରରେ ୫ଗୋଟି ୱିକେଟ ହରାଇ ୨୯୪ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିବିଶଙ୍କର ବାରିକ ୪୦ଟି ବଲ୍‌ରୁ ୯୨ ଏବଂ ଅଜିତ୍ ଦାସ ୨୨ବଲ୍‌ରୁ ୭୨ରନ୍ ସଂଗ୍ରହ କରିଥିଲେ । କିଆଝର ଦଳ ୨୯୫ରନ୍ ୧୯ଓଭରରେ ୪ଗୋଟି ୱିକେଟ ହରାଇ ବିଜୟ ଲାଭ କରିଥିଲେ । ଦଳପକ୍ଷରୁ ଲକ୍ଷ୍ମୀଧର ସାହୁ ୩୭ବଲ୍‌ରୁ ୯୫ରନ୍ ଏବଂ ଚନ୍ଦୁ ମଲ୍ଲିକ ୪୨ବଲରେ ୮୫ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ମୀଧର ସାହୁ ମ୍ୟାନଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ଏବଂ ତାଙ୍କୁ ସୌମେନ୍ଦ୍ର ମିଶ୍ର ମ୍ୟାନଅଫ୍ ଦି ମ୍ୟାଚ୍ ପୁରୁସ୍କାର ପ୍ରଦାନ କରିଥିଲେ । ଆସନ୍ତାକାଲି ଆୟୋଜକ ବାଙ୍କୀ କ୍ରୀଡା ସଂସଦ ବନାମ ପି.ୱାଇସି ଅଟ୍ରି ମଧ୍ୟରେ ଖେଳ ହେବବୋଲି କ୍ରିକେଟ ସଂପାଦକ ସତ୍ୟନାରାୟଣ ସାହୁ ପ୍ରକାଶ କରିଥିଲେ । ଆଜିର ଖେଳକୁ ବସନ୍ତ ଦାସ ଓ କେଶବ ମଙ୍ଗୁଆଳ ପରିଚାଳନା କରିଥିଲେ ।

Exit mobile version