ବନପାଳଙ୍କ ଦ୍ଵାରା ବାରହା ମାଂସ ଜବତ – ଅଭିଯୁକ୍ତ ଫେରାର

୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବନାଞ୍ଚଳ ଅଧିନରେ ଦିନକୁ ଦିନ ବାରହାମାନଙ୍କର ଉପଦ୍ରବ ବଢିବା ସହ ଚାଷୀମାନଙ୍କର ଫସଲ ହାନି କରୁଥିବାବେଳେ ଅନ୍ୟ ପଟେ କିଛି ଅସାଧୁ ଲୋକ ବିଦ୍ୟୁତ୍ ତାର ବିଛାଇ ବାରହା ଶିକାର କରିବା ସହ ଲୁଚା ଛପାରେ ଉକ୍ତ ମାଂସକୁ ବିକ୍ରୀ କରୁଥିବା ଜଣା ପଡ଼ିଛି । ରବିବାର ଦିନ ଭାପୁର ବାନପାଳ ବନମାଳୀ ରାଉତ ଫତେଗଡ ଥାନା ଧାନଚାଙ୍ଗଡା ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମରୁ ବାରହା ମାଂସ ଜବତ କରିଛନ୍ତି ।

ସୁଚନା ମୁତାବକ, ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଭାପୁର ବାନପାଳ ଶ୍ରୀ ରାଉତ ଭୋଗଡ଼ା ଗ୍ରାମର ଏକ ଶାଗୁଆନ ଜଙ୍ଗଲ ନିକଟରେ ପହଞ୍ଚି ଚଢାଉ ସମୟରେ ଏକ ଶାଗୁଆନ ଗଛର ଡାଳରେ ଲଟକା ହୋଇଥିବା ଦୁଇ କେ.ଜି. ରୁ ଉର୍ଦ୍ଧ୍ବ ବାରହା ମାଂସକୁ ଜବତ କରିଥିଲେ ମଧ୍ୟ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଜବତ ମାଂସକୁ ଭାପୁର ବନପାଳ କାର୍ଯ୍ୟାଳୟ ପରିସରରେ ପୋତା ଯାଇଥିବା ଶ୍ରୀ ରାଉତଙ୍କଠାରୁ ପ୍ରକାଶ ।

Exit mobile version