୧୨ଟି ଗାଁ ର ସମ୍ପୂର୍ଣ ବିକାଶ ଉପରେ ଆଲୋଚନା ସରକାରୀ ସ୍ତରରେ କମିଟି ଗଠନ
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଂଚାୟତ ସମିତି ସଭାଗୃହ ଠାରେ ସରକାର ଙ୍କ ଗ୍ରାମଦୋୟ ଯୋଜନା କାର୍ଯ୍ୟକାରି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିବେକାନନ୍ଦ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଓରମାସ ଜଏଣ୍ଟ ସିଇଓ କମଳେନ୍ଦୁ ପଲ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ବ୍ଲକ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ପ୍ରମୁଖ ଯୋଗଦେଇଥିଲେ ।
