Home ଓଡ଼ିଶା ଭଏସ୍ ଅଫ୍ ନୟାଗଡ଼ର ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ ୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ । ନୟାଗଡ଼ କ୍ଲବର ସାଭାପତି ଅଶୋକ କୁମାର ନାୟକ ସଦସ୍ୟ ଅରୁଣ କୁମାର ମହାନ୍ତି , ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରଥ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୨ ରୁ ୨୩ ବର୍ଷ ମଧ୍ୟରେ ୮୦ ଜଣ କଣ୍ଠଶିଳ୍ପୀ ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍, ଲୋକଗୀତ, ଭଜନ, ଜଣାଣ, ସୁଗମ ସଂଗୀତ ଆଦି ଗାଇଥିବା ବେଳ ଏଥିରେ ବିଚାରକ ଭାବେ ଶ୍ରୀନିବାସ ସାମନ୍ତରାୟ, ଦେବାଶିଷ ଦାଶ ଓ ସସ୍ମିତା ପଟ୍ଟନାୟକଙ୍କ ଯୋଗଦେଇ ୨୪ ଜଣ ଯୁବ କଣ୍ଠଶିଳ୍ପୀଙ୍କୁ ସେମିଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ । ପରବର୍ତ୍ତୀ ସମୟରେ ସେମିଫାଇନାଲ ରୁ ଶ୍ରେଷ୍ଠ ଦଶଜଣଙ୍କୁ ଫାଇନାଲକୁ ଚୟନ କରାଯିବା ସହ ଶ୍ରେଷ୍ଠ ଯୁବ କଣ୍ଠଶିଳ୍ପୀ ଙ୍କୁ ” ଭଏସ୍ ଅଫ୍ ନୟାଗଡ଼” ଭାବେ ସମ୍ମାନିତ କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026