୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ପ୍ରଥମ ପୁରାତନ ଛାତ୍ର ସମ୍ମିଳନୀ ଭଞ୍ଜ ବିହାରର ସିନେଟ୍ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ମୁଖ୍ୟ ଅତିଥି ଭାବେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଗୃହ ବିଜ୍ଞାନ ମୁଖ୍ୟା ଡ଼.ସସ୍ମିତା ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ପରିଚାଳନା କରିଥିଲେ ଶ୍ରୀମତୀ ଅଲିତା ମିଞ୍ଜ ଏବଂ ଶ୍ରୀମତୀ ମାନସୀ ମେହେର ।
