୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ସର୍ବବୃହତ ୟୁନିଫର୍ମ ଯୁବ ସଂଗଠନ ଭାବରେ ପ୍ରତିଷ୍ଠିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ ସି ସି ) ର ୭୬ ତମ ବାର୍ଷିକୀ ସମାରୋହ କଟକସ୍ଥିତ ଜବାହରଲାଲ ଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ ପରିସରରେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇ ଯାଇଅଛି l ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ୍ ସୂର୍ଯ୍ୟବଂଶୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଓ ଶୃଙ୍ଖଳିତ ଯୁବଶକ୍ତି ବିକଶିତ ଓଡ଼ିଶା ଗଠନର ଜାଗ୍ରତ ପ୍ରହରୀ ହୋଇ ରାଜ୍ୟର ସାମଗ୍ରିକ ବିକାଶ ଧାରାରେ ସାମିଲ୍ ହେବା ପାଇଁ ଆହ୍ଵାନ କରିଥିଲେ l ଏକତା , ଅନୁଶାସନ ଏବଂ ଦେଶପ୍ରେମର ଚମତ୍କାର ପ୍ରଦର୍ଶନ ସ୍ୱରୂପ ରାଜ୍ୟର ବିଭିନ୍ନ ଅଞ୍ଚଳର ଏନସିସି କ୍ୟାଡେଟମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ମାନ୍ୟବର ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ l
