୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକର ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ରହି ଏହି କ୍ୟାମ୍ପ ଆୟୋଜନ କରିଥିଲେ ।

