୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍ ଓଡି ୦୨ ସିଏନ୍ ୦୪୩୩ ଆସୁଥିବା ଦେଖି କାର୍ ଯାଞ୍ଚ କରିବା ବେଳେ ଏହା ଭିତରୁ ୨୩ କେଜି ଗଞ୍ଜେଇ ବାହାରିଥିଲା l
