୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ବୀର ଦାସଙ୍କ ଆବାହକତ୍ୱରେ ଓ ପରିଚାଳନା କମିଟି ଆନୁକୂଲ୍ୟରେ ଶନିବାର ଦିନ ବୋଲଗଡ ମହୋତ୍ସବ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଟାଉନକ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ବୈଠକରେ ଐତିହାସିକ ରବୀନ୍ଦ୍ର କୁମାର ପରିଡା, ପ୍ୟାରୀମୋହନ ଦାସ, ଲଲାଟେନ୍ଦୁ କେଶରୀ ସିଂ,ଗୋପୀନାଥ ଖାଡ଼ଙ୍ଗା,ପାର୍ବତୀକାନ୍ତ ଚମ୍ପତିରାୟ, ବଜେନ୍ଦ୍ର କୁମାର ପାଲଟାସିଂହ, ମନୋଜ କୁମାର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ ।

