୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :- > ନୟାଗଡ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କିପରି ଭାବରେ ଜନସାଧାରଣ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇପାରିବେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଭାପୁର କିୟାନୁଷ୍ଠାନ କମିଟି ପକ୍ଷରୁ ଡାକ୍ତରଙ୍କ ସହ ଭାପୁର ଅଞ୍ଚଳର ବୁଦ୍ଧିଜୀବିଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ନିରାମୟ ୨୪ ଘଣ୍ଟା ଖୋଲା ରଖିବା, ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ କରିବା, କେଉଁ ଦିନ କେଉଁ ଡାକ୍ତର କାର୍ଯ୍ୟନିର୍ବାହ କରିବେ ତାହା ସୂଚନାଫଳକରେ ଲେଖିବା, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା,

