ରାଜ୍ୟସ୍ତରୀୟ ଲକ୍ଷ୍ମୀଧର ବେହେରା ମେମୋରିଆଲ୍ କ୍ରୀକେଟ୍ ଟୁର୍ଣ୍ଣାମେଣ୍ଟ୍ – ଆରମ୍ଭ

୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ୱର୍ଗତ ଲକ୍ଷ୍ମୀଧର ବେହେରା ମେମୋରିଆଲ୍ ରାଜ୍ୟସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ୍ ନଭେମ୍ବର ୨୪ ଠରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୮ଗୋଟି ଦଳ ଯଥା କ୍ରିୟାଝର ଢ଼େଙ୍କାନାଳ , ଜାଲିଆବାଡି, ଅଟ୍ରି, ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍‌,

କୁମାର ବସ୍ତ, ଡମନ୍‌ଗାଡିଆ କଟକ, କଳିଙ୍ଗ ଖୋର୍ଦ୍ଧା ଓ ମଞ୍ଚେଶ୍ୱର କ୍ରିକେଟ କ୍ଲବ ଭୁବନେଶ୍ୱର ଯୋଗଦେବେ ବୋଲି କ୍ରୀଡା ସଂଘର ସାଧାରଣ ସଂପାଦକ ସନ୍ତୋଷ କୁମାର ରଣା କ୍ରିକେଟ କ୍ଲବ ସଭାପତି ସତ୍ୟରଞ୍ଜନ ସାହୁ ଓ ଉପସଭାପତି ପ୍ରଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି ।

Exit mobile version