୩୨ତମ ରାଜ୍ୟସ୍ତରୀୟ ପୁରୁଷ ମହିଳା ବଲବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ୩ୟ ଦିବସ

୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଲେଜ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଥିବା ୩୨ତମ ପୁରୁଷ ମହିଳା ବଲ୍ ବ୍ୟାଡ୍‌ମିଣ୍ଟନ ୩ୟ ଦିବସ ଖେଳକୁ ଅକ୍ଷୟ ଯୁବସଂଘ ପରିଷଦର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଯୋଗଦେଇ ଖେଳକୁ ଉଦ୍‌ଘାଟନ କରିଥିଲେ । ବାଙ୍କୀରେ ଏଭଳି ଏକ ରାଜ୍ୟସ୍ତରୀୟ ବଲ୍‌ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିବାରୁ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସମ୍ମାନୀୟ ଅତିଥି ଭାବେ ବାଙ୍କୀ ଆଥେଲେଟିକ୍ ଅସୋସିଏସନର ସଂପାଦକ ତଥା ଆଇନଜୀବୀ ସନ୍ତୋଷ କୁମାର ରଣା, ଜିଲ୍ଲା ବଲ୍‌ବ୍ୟାଡମିଣ୍ଟନ୍ ଆସୋସିଏସର ସଂପାଦକ ଅଜୟ କୁମାର ସାହୁ, କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗତକାଲି ଦ୍ୱିତୀୟ ଦିବସରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ରାଜ୍ୟସ୍ତରୀୟ ବଲବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଟୁର୍ଣ୍ଣାମେଣ୍ଟ୍‌କୁ ଉଦ୍‌ଘାଟନ କରିଥିଲେ । ସେ ଖାଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ବାଙ୍କୀର ନାମକୁ ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଟୁର୍ଣ୍ଣମେଣ୍ଟ୍ କୁ କ୍ରୀଡା ଶିକ୍ଷକ ରବିନ୍ଦ୍ର ପ୍ରଧାନ, ଜଗନ୍ନାଥ ଦଳେଇ, ଜିତେନ୍ଦ୍ର ଦେଓ, ମିନକେତନ ପଣ୍ଡା ପ୍ରଭୃତି ସହଯୋଗ କରିଥିଲେ ।

Exit mobile version