Home ଓଡ଼ିଶା ନାଭାଲ କନସର୍ଟ ମନ ମୋହିଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭି ଡେ । ଏହାର ଅବବ୍ୟହିତ ପୂର୍ବରୁ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ନାଭାଲ ବ୍ୟାଣ୍ଡ ଆଇଏନଏସ ଚିଲିକା ପକ୍ଷରୁ ପକ୍ଷରୁ ଏକ ଚିତ୍ତାକର୍ଷକ କନସର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କନସର୍ଟ କାର୍ଯ୍ୟକ୍ରମ କୁ ନୌସେନା ର ଅବସରପ୍ରାପ୍ତ ସର୍ଜନ ରିଅର ଆଡମିରାଲ ସଲୀଲ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।ପରେ ପରେ ନାଭାଲ ବ୍ୟାଣ୍ଡ ର ଚିଫ କଣ୍ଡକ୍ଟର ହନୁମାନ ଥାପା ଙ୍କ ନେତୃତ୍ୱରେ ସମସ୍ତ କଳାକାର ଚମତ୍କାର କନସର୍ଟ ପରିବେଷଣ କରିଥିଲେ । କଳାକାର ପ୍ରସନୋଜିତ ମହନ୍ତୋ,ଗୌତମ ସିଂ, ପବିତ୍ର ଘୋଷ, ଷ୍ଟିଫେନ ଜୋ, ଗୌରବ ପ୍ରଶାନ୍ତ ଜି,ଡାନିଏଲ ଲାଲନୁଥାରା,ମଦନ ଛେତ୍ରୀ,ପି,ଭୈଭବ ମୋହନ ରାଓ,ଆଜିଙ୍କ୍ୟ ଶିବାଜୀ ଯାଦବ,ନମଦାସ ଭି ଚନ୍ଦ୍ରକାନ୍ତ,ଅଜୟ ଭଟ୍ଟ,ସୌମ୍ୟ ଦୀପ ମଣ୍ଡଳ, ରୋଶନ ଆର,ପଙ୍କଜ ବିଶ୍ବକର୍ମା,ରାହୁଲ କୁମାର, ରେଜିନ ସି ଏସ,ଶୁଭମ ପାଠକ,ଅଭିଜିତ କୁମାର ଓ ରାହୁଲ ବିଶ୍ଵକର୍ମା ବାଦ୍ୟ ଯନ୍ତ୍ର ର ଚମତ୍କାର ଉପଯୋଗ କରି ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ଜୟ ହୋ ଗୀତ ରୁ ଆରମ୍ଭ ହୋଇ ଥିବା ଏହି କନସର୍ଟ ୧୪ ଲୋକପ୍ରିୟ ଗୀତ ର କନସର୍ଟ ଓ ସଂଗୀତ ପରିବେଷଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ଶିକ୍ଷାବିତ, ବୁଦ୍ଧିଜୀବୀ, ଏନସିସି କ୍ୟାଡେଟ୍ ଓ ସାଧାରଣ ଲୋକ ମାନେ ଉପସ୍ଥିତ ରହି କନସର୍ଟ କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିବା ସହ ବିପୁଳ କରତାଳିରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026