Home ଓଡ଼ିଶା ମଣ୍ଡି ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସରଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଖରିଫ ବିକ୍ରୟ ବର୍ଷ ୨୦୨୩-୨୪ ନିମନ୍ତେ ଧାନର ମାନକ ପ୍ରଶିକ୍ଷଣ ଶିବିର ୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲାସ୍ତରୀୟ ୨୦୨୩-୨୪ ଖରିଫ ବିକ୍ରୟ ବର୍ଷ ପାଇଁ ମଣ୍ଡି ସୁପରିଚାଳନା ଓ ଧାନର ମାନକ ପ୍ରଶିକ୍ଷଣ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ୨୦୨୩-୨୪ ଖରିଫ ବିକ୍ରୟ ବର୍ଷ ପାଇଁ ନିଯୁକ୍ତ ମଣ୍ଡି ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସରଙ୍କୁ ଚଳିତ ବର୍ଷ ପାଇଁ କିପରି ସୁରୁଖୁରରେ ଧାନ କ୍ରୟ କରାଯିବ ସେଥି ନିମନ୍ତେ ଗୁରୁତ୍ଵାରୋପ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କିପରି ଏଫଏକ୍ୟୁ ଧାନ ସଂଗ୍ରହ କରାଯିବ ଓ ମଣ୍ଡିରେ ନୋଡାଲ ଓ ସୁପରଭାଇଜିଂ ଅଫିସର ନିଜ ପଂଜିକୃତ ମୋବାଇଲରେ ଲଗଇନ କରି କୃଷକଙ୍କ ସମସ୍ୟା ଉଲ୍ଳେଖ ଓ ସମାଧାନ କରିବେ ତାହା ବିସ୍ତୃତରେ ମାଷ୍ଟର ଟ୍ରେନର କାହ୍ନୁଚରଣ ସାମନ୍ତରାୟ ପ୍ରଦାନ କରିଥିଲେ। ଏହା ପରେ ଧାନର ମାନକ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ତତସହିତ ଏଫଏକ୍ୟୁ ଧାନର ମାନର ପରୀକ୍ଷଣ ଉପରେ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଧାନ କ୍ରୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଶେଷରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଧନ୍ୟବାଦ ଅର୍ପଣ କରି ପ୍ରଶିକ୍ଷଣ ଶେଷ କରିଥିଲେ। ସୁପରଭାଇଜିଂ ଅଫିସର ଭାବେ ବିଡିଓ, ଏବିଡିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାର ଯୋଗ ଦେଇ ଥିବା ବେଳେ ନୋଡାଲ ଅଫିସର ଭାବେ ଆରଆଇ, ଭିଏଡ଼ବ୍ଲ୍ୟୁ ଓ ପିଇଓ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ଅତିରିକ୍ତ ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଓ, ଏସିଏସଓ, ପ୍ରଦୀପ କୁମାର ଦାସ ଓ ବୁଦ୍ଧଦେବ ଜେନା ଉପସ୍ଥିତ ଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026