୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲ୍ୟବନ୍ତ ମହୋତ୍ସବ ନେଇ ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ। ନଭେମ୍ବର ୨୯ ରେ କୋରକୁଣ୍ଡା ବ୍ଲକ ସ୍ଥିତ ଜଳେଶ୍ଵର ଶୈବ ପୀଠ ରୁ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବ। କୋରକୁଣ୍ଡାରୁ ଜଳ ସଂଗ୍ରହ ପରେ ଅପରାହ୍ନ ୩ ଟାରେ କଳସ ଯାତ୍ରା ଭୈରବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆୟୋଜନ ହେବ।ଡିସେମ୍ବର ୬ ଓ ୭ ରେ ଦୁଇ ଦିନ ଧରି ସଂସ୍କୃତି ଭବନ ଠାରେ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜନ ହେବ ।

