୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ମାର୍ଗଶିର ମାସ ର ଅଷ୍ଟମୀ ଟି ଓଡ଼ିଆ ସଂସ୍କୃତି ରେ ଏହା ପ୍ରଥମାଷ୍ଟମୀ ବା ପୋଢ଼ୁଆଁଷ୍ଟମୀ ଭାବେ ଆମେ ପାଳିଥାଉ । ଏହି ଦିନ ଘର ର ଜ୍ୟେଷ୍ଠ ସନ୍ତାନ କୁ ମାମୁଁ ଘରୁ ଆସିଥିବା ପିଠା ମିଠା ଆଦି ନାନାଦି ଦ୍ରବ୍ୟ ଓ ନବ ବସ୍ତ୍ର ପରିଧାନ କରିଥାନ୍ତି। ଠିକ ସେମିତି ଆଜି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ରୁ ଯାଇଛି ପୋଢ଼ୁଆଁ ଭାର। ରତ୍ନସିଂହାସନ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀମା ସୁଭଦ୍ରା , ସୁଦର୍ଶନ , ମାଧବ , ଭୂଦେବୀ ଓ ଶ୍ରୀ ଦେବୀଙ୍କ ପାଇଁ ପାଟବସ୍ତ୍ର , ଅରୁଆ ଚାଉଳ,ବିରି,ନଡ଼ିଆ, ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ, ଗୋପାଳବଲ୍ଲଭ ଓ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ସବୁକୁ ଶୁକ୍ରବାର ସକାଳେ ଶ୍ରୀ ମାଧବାନନ୍ଦ ଜୀୟୁ ଙ୍କ ମନ୍ଦିରରୁ ଭାର କୁ ଏକ ଶୋଭାଯାତ୍ରା ରେ ପୁରୀ ଶ୍ରୀ କ୍ଷେତ୍ର କୁ ନିଆ ଯାଇଛି।

