
୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ଶ୍ରୀ ପବନ କୁମାର ବେହେରାଙ୍କ ସଂଯୋଜନାରେ ସଭାକାର୍ଯ ଅନୁଷ୍ଠିତ ହୋଇଥିଲା ।

