୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ସମ୍ମାନାର୍ଥେ ବାଲିଯାତ୍ରା ଅବସରରେ କଟକ ଠାରେ ମଧୁମଞ୍ଚରେ ଆମେ ଓଡ଼ିଆ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା ଆନ୍ଦୋଳନ,କନ୍ଧମାଳ ଶାଖାର ସଂଯୋଜକ ସାମାଜିକକର୍ମୀ ଅଶୋକ ପରିଡାଙ୍କୁ ମଞ୍ଚରେ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା ଉଦଘାଟକ ଭାବେ ଯୋଗଦେଇ ଥିବାବେଳେ, ସଦଗୁରୁ ହସପିଟାଲର ଅଧ୍ୟକ୍ଷ ଡଃ ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉତ୍କଳ ସମ୍ମିଳନୀର ସଭାପତି ସରୋଜ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସ୍ୱୟଂ ସେବକ ସଂଘର ଲକ୍ଷ୍ମଣ ଚାନ୍ଦାନୀ ଓ ପ୍ରଫେସର ସହଦେବ ପାତ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଧ ଶତାଦ୍ଦୀର ଇତିହାସ,ଓ ଢଗଢମାଳୀ ସମ୍ପର୍କରେ ଆଲୋଚନା କରିଥିଲେ ।
