ଦୁତିପଡା କନ୍ୟାଶ୍ରମରେ ବ୍ଲକସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖଜୁରୀପଡା  :-> କନ୍ଧମାଳ ଜିଲ୍ଲାର ସମସ୍ତ ବାର ଗୋଟି ବ୍ଲକରେ ଆଜି ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଅନୁରୂପ ଭାବେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ମଧ୍ୟ୍ୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ତ୍ରିପାଠୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆଜି ବ୍ଲକ ସ୍ତରୀୟ ସର୍ଗି ଫୁଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ କୁ ପୂର୍ବାହ୍ନରେ ଖଜୁରୀପଡା ବିଡ଼ିଓ ଶ୍ରୀ ସୌମ୍ୟରଂଜନ ପାତ୍ର ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ସୁଶ୍ରୀ ଅନିମା କହଁର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଓ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ, ଏବଂ କୃତି ପ୍ରତିଯୋଗି ମାନଙ୍କୁ ମାନ ପାତ୍ର ଓ ଟ୍ରଫି ପ୍ରଦାନ କରିଥିଲେ,ଏବଂ ଅନ୍ୟ ମାନଙ୍କ ମଧ୍ୟରେ ପୁନଃ ସନମାନୀତ ଅତିଥିଭାବେ ବିଡ଼ିଓ ଶ୍ରୀ ସୌମ୍ୟରଂଜନ ପାତ୍ର ମଧ୍ୟ୍ୟ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିବା ବେଳେ ,ଶ୍ରୀ ରାଜେଶ କୁମାର ମୁର୍ମୁ ମଙ୍ଗଳ ସାମ୍ପ୍ରସରଣ ଅଧିକାରୀଖଜୁରୀପଡା, ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ, ସମିତି ସଭ୍ୟ ଶ୍ରୀ ଶୁକଦେବ ସେଠି ଯୋଗଦାନ କରି ଥିଲେ l

ଏହି ବ୍ଲକ ସ୍ତରୀୟ ସର୍ଗିଫୁଲ ଏକକ ଅଭିନୟ ରେ ଅଂଶ ଗ୍ରହଣ କରିଥିଲେ ଓ ନିଜର ଲୁକ୍କାୟିତ ଅନ୍ତର୍ନିହିତ ପ୍ରତଓ ନିଜର ପ୍ରତିଭାକୁ ପ୍ରଦର୍ଶନ କରିପାରିଥିଲେ l ବାର ଗୋଟି ଆଶ୍ରମ ବିଦ୍ୟାଳୟ ମଧ୍ୟରୁ ଚାରିଗୋଟି ଆଶ୍ରମ ଉଚ୍ଚବିଦ୍ୟାଳୟ ତଥା :- ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଭାବେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ତ୍ରିପାଠୀ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ପ୍ରହରାଜ , ମାନସ ରଞ୍ଜନ ପ୍ରଧାନ, ସୁବ୍ରତ କୁମାର ସାହୁ, କିଶୋର କହଁର ବିଳାବାଡି, ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପାଳ ଘୋଷିକା ଭାବେ ଅତି ଚମତ୍କାର ରୂପେ ମଞ୍ଚ ପରିଚାଳନା କରିଥିଲେ,l ପ୍ରତିଯୋଗିତାରେ ବିଚାରକ ଭାବେ ସୁଦ୍ରେଜୁ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ବିକ୍ରମ କେଶରୀ ରଣା ଓ ପିରିକୁଡି ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ମାମିନା ନାୟକ ଓ ଶ୍ରୀକାନ୍ତ ସାହୁ ନିରେପେକ୍ଷ ଭାବେ ପ୍ରତିଯୋଗୀ ମାନଙ୍କ ଅଭିନୟ ର ବିଭିର୍ଣ୍ଣ ଦିଗକୁ ଲକ୍ଷ୍ୟ କରି ମୂଲ୍ୟାୟନ କରିଥିଲେ l

ଏହି ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଦୁତିପଡା ଆଶ୍ରମ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଖଜୁରୀପଡା ସ୍ଥିତ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ର ଛାତ୍ର ମାନେ ଡ଼ଙ୍ଗରିୟା କନ୍ଧ ବା ଆଦିବାସୀ ଚଳଣି, ପରମ୍ପରା ଓ ସଂସ୍କୃତି ଉପରେ ଆକର୍ଷଣୀୟ ଓ ସୁନ୍ଦର ନୃତ୍ୟ ପରିବେଶଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରଣ ପାଟୁଳି ଆଶ୍ରମ ବିଦ୍ୟାଳୟ ର ଛାତ୍ରୀମାନେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ବିଶେଷ ସୂଚନା ପ୍ରକାରେ ଆଜି କନ୍ଧମାଳ ଜିଲ୍ଲାର ସମସ୍ତ ଆଶ୍ରମ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଭିର୍ଣ୍ଣ ବ୍ଲକ ରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ଖଜୁରୀପଡା ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତ୍ରିପାଠୀ ସମେତ ସମସ୍ତ କର୍ମକର୍ତ୍ତା ମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ପ୍ରତକ୍ଷ୍ୟ ସହଯୋଗ ରେ ଅତି ସୁଚାରୁରୂପେ ଓ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା l

Exit mobile version