Home ଓଡ଼ିଶା ପରିବା ବଜାରର ଉତ୍କଟ ରୂପ – ଭଡାଟିଆ କ୍ଷୁଦ୍ର ବ୍ୟବସାୟୀଙ୍କୁ ହଟାଇଲା ପ୍ରଶାସନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ପୈାରାଞ୍ଚଳ ପନିପରିବା ମାର୍କେଟ ମୁଖ୍ୟ ରାସ୍ତା ସଙ୍କୁଚିତ କରି ଦୈନିକ ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ହଟାଇଛି ସ୍ଥାନୀୟ ପ୍ରଶାସନ। ହିଞ୍ଜିଳିକାଟୁ ଠାରୁ ପରିବା ବଜାର ଦେଇ ତାରାତାରିଣୀ, ଖରିଡା , ଆଲପୁର, ପୁରୁଷୋତ୍ତମପୁର, ସିକିରି, ରାଳବ, ଅନ୍ତରିଗାଁ, କୋଳିଦାସପୁର ପ୍ରମୁଖ ଗାଁ କୁ ବହୁ ଯାତ୍ରୀ ପରିବହନ କାରୀ ବସ୍, କାର୍, ଅଟୋ ସମେତ ମାଲ୍ ପରିବହନ କାରୀ ଯାନବାହାନ ଗୁଡିକ ଚଳାଚଳ କରୁଛି। ଏପରିକି ସଂପୃକ୍ତ ରାସ୍ତାଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବହୁ ଶିକ୍ଷାର୍ଥୀ ଯାତାୟତ କରିବା ସହ ବିଭିନ୍ନ କାର୍ଯ୍ୟରେ ବହୁ ପଥଚାରୀ ଡାକ କାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି। ପରିବା ବଜାର ରାସ୍ତାର ଉଭୟ ପାର୍ଶ୍ବରେ ବହୁ କ୍ଷୁଦ୍ର ପରିବା ବ୍ୟବସାୟୀ ରାସ୍ତା ଉପରେ ବସି ବ୍ୟବସାୟ କରି ଆସୁଥିଲେ। ଏଥିପାଇଁ ସେମାନଙ୍କ ଠାରୁ ଦୈନିକ ଜାଗା ଭଡ଼ା ଆଦାୟ କରା ଯାଉଛି ବୋଲି ଜଣାପଡିଛି। ଫଳରେ କ୍ଷୁଦ୍ର ବ୍ୟବସାୟୀ ସଂପୃକ୍ତ ପରିବା ବଜାର ରାସ୍ତା ସଂକୀର୍ଣ୍ଣ ହେବା ସହ ଗାଡି ମୋଟର ଚଳାଚଳ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଛୋଟ ବଡ ଦୂର୍ଘଟଣା ଘଟୁଥିବା ନଜିର ରହିଥିଲା। ଘଟଣା ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ପ୍ରଶାସନ ଚେତିଛି। ବୁଧବାର ହିଞ୍ଜିଳିକାଟୁ ପୈାର ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୈାର ଏନଫୋର୍ସମେଣ୍ଟ ଟିମ୍ ଓ ପୁଲିସ ପ୍ରଶାସନ ପରିବା ମାର୍କେଟରେ ପହଞ୍ଚି ରାସ୍ଥା ଉପରେ ବସି ୪୦ ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ପରିବା ବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇଛି। ଥାନା ଏସଆଇ ସୁନିଲ କଣ୍ଡାଗୋରି , ଏସ୍ ଆଇ ସିଦ୍ଧାର୍ଥ ଜେନା,ଏଏସଆଇ ଅନନ୍ତ ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଓଏ ପିଫ୍ କୈଳାଶ ମଲ୍ଲିକ ଓ ଦଣ୍ଡପାଣି ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ପୈାର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କିଛି ଦିନର ବିରତି ପରେ ଗତ ତିନି ଦିନ ଧରି ହିଞ୍ଜିଳି ପୁଲିସ ଓ ପୈାର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଅନ୍ୟ ପକ୍ଷରେ କିଛି ଲାଭଖୋର ବ୍ୟବସାୟୀଙ୍କ ଯୋଗୁଁ କ୍ଷୁଦ୍ର ପରିବା ବେପାରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026