Home ଓଡ଼ିଶା ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରକୁ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ବ୍ରହ୍ମପୁର ,ସିଦ୍ଧାର୍ଥ ଶଙ୍କର ଜେନା ଶୁକ୍ରବାର ଦିନିକିଆ ଗ୍ରସ୍ତ କରି ମନ୍ଦିର ନିରୀକ୍ଷଣ କରି ଫେରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମନ୍ଦିର ର ମେନେଜିଂ ଟ୍ରଷ୍ଟି ଟି. ଶ୍ରୀନିବାସ ରାଓ ଏବଂ ମଧୁସୂଦନ ଦାସ ତାଙ୍କୁ ମନ୍ଦିର ପରିସର ବୁଲାଇ ଦେଖାଇଥିଲେ । ବିଭିନ୍ନ ପାର୍ଶ୍ଵ ଦେବାଦେବୀ ପୀଠ ବୁଲି ଦେଖିବା ସହ ଶ୍ରୀଜଗନ୍ନାଥ ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସର ରେ ନୂତନ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ, ଭୋଜନ ମଣ୍ଡପ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ କରିବା ସହ ପ୍ରତିଷ୍ଠା ମହୋତ୍ସବ ପାଳନ କିଭଳି ରହିଥିଲା ସେ ସମ୍ପର୍କରେ ଟ୍ରଷ୍ଟ ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ବର୍ଷ ତମାମ ମନ୍ଦିର କିଭଳି ପରିଚାଳନା ହେଉଛି, ଆୟବ୍ୟୟ ର ହିସାବ କିତାବ ସମ୍ପର୍କ ରେ ବିଭିନ୍ନ ନଥି ପତ୍ର ଯାଞ୍ଚ କରିଥିଲେ।ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ଶ୍ରୀ ଜେନା ମନ୍ଦିର ପରିସର ରେ ପୂଜା ପାଉଥିବା ଦେବା ଦେବୀ ଙ୍କ ପୂଜା ନୀତି ବିଧି ଅନୁସାରେ ନିଷ୍ଠାର ସହ ସମ୍ପାଦନ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟ୍ରଷ୍ଟି ମାନଙ୍କୁ ପରାମର୍ଶ ଦେଇଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026