Home ଓଡ଼ିଶା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଖେଳକୁଦ ସମାରୋହ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶା ବିଦ୍ୟାଭରତୀ ଶିକ୍ଷା ବିକାଶ ସମିତି ଯୋଜନ କ୍ରମେ ! ରଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସମାରୋହ ଗୁରୁବାର ଦିନ ଉଦଘାଟିତ ହୋଇଥିଲା ! ଏହି ଉଦଘାଟିତ ଦିବସରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ, ସଂମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ତଥା ସାହିତ୍ୟିକ ଗୌର ଚରଣ ସାମନ୍ତ ସିଂହାର , କୋଷଧକ୍ଷ ମାନସ କୁମାର ସାହୁ ପ୍ରମୁଖ ଯୋଗଦେଇ ଏହି ବାର୍ଷିକ ଖେଳାକୁଦ ସମାରୋହକୁ ଶୁଭ ଉଦଘାଟନ କରିଥିଲେ ! ଶୁକ୍ରବାର ଦିନ୨୬ତମ ବାର୍ଷିକ କ୍ରୀଡା ଉଦଯାପିତ ସମାରୋହ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ବିଶିଷ୍ଠ ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ତଥା କବି, ସାହିତ୍ୟିକ ଗୌର ଚରଣ ସାମନ୍ତସିଂହାର ପ୍ରମୁଖ ଯୋଗଦେଇ ଭରତ ମାତାଙ୍କ ଫୋଟୋ ଚିତ୍ରରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ! ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଗୁରୁଜୀ ବୈକୁଣ୍ଠ ନାଥ କର,ନିରଞ୍ଜନ ପ୍ରସାଦ ଦାସ ବେଦ ପାଠଗାନ କରିଥିଲେ ! କ୍ରୀଡା ପ୍ରମୁଖ ଗୁରୁଜୀ ପଞ୍ଚାନନ ସାମନ୍ତରା କ୍ରୀଡା ବିବରଣୀ ପଠନ କରିଥିଲେ ! ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବରେ ଲମ୍ବାଡିଆଁ, ଜାଭଲ୍ଲୀନ ଥ୍ରୋ, ଉଚ୍ଚଡିଆଁ, ବାଧାଦୌଡ଼, ଆଳୁଚାମଚ, ଅଙ୍କକଷା, ଛୁଞ୍ଚିସୁତା ଦୌଡ଼, ଥାଳିଆ ଫିଙ୍ଗା ଓ ଅଗ୍ନି ବଳୟ ପ୍ରତିଯୋଗିତାରେ ପ୍ରାରମ୍ଭ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାକ ଶିଶୁ ବର୍ଗ,ଶିଶୁ ବର୍ଗ , ବାଲ ବର୍ଗ, କିଶୋର ବର୍ଗରେ ବିଭକ୍ତ ହୋଇ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି କରିଥିଲେ ! ଏହି ବାର୍ଷିକ ଖେଳକୁଦ ସମାରୋହରେ କୃତୀତ୍ବ ଅର୍ଜନ କରିଥିବା ୨୧୮ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଅତିଥିମାନେ ପ୍ରମାଣ ପତ୍ର,ଟ୍ରଫି ଓ ମେଡାଲ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସlହିତ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ବିଦ୍ୟୁତ ପ୍ରରିଷଦ, ବିଦ୍ୟାଳୟ ପରିଚାଳନା କମିଟି ଓ ମାତୃଭାରତୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱରା ରଙ୍ଗାରଙ୍ଗ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ /ଆଚାର୍ଯ୍ୟା ଓ ସମସ୍ତ ସେବିକାମାନେ ଉପସ୍ଥିତ ରହି ଶାନ୍ତି ଶୃଖାଳା ସହ ପରିଚାଳନା କରିଥିଲେ ! ପରିଶେଷରେ ଗୁରୁମା ବବିତା ମିଶ୍ର ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026