ମା’ଚର୍ଚ୍ଚିକାଙ୍କ ସେବାୟତଙ୍କ ପରଲୋକ

୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ )  ବାଙ୍କୀ :-> ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ସେବାୟତ ପ୍ରକାଶ ରଣାଙ୍କର ପରଲୋକ ଘଟିଛି । ସେ ଦୁର୍ଘଟଣା ଗ୍ରସ୍ତ ହୋଇ କଟକରେ ଚିକିତ୍ସାଧିନ ଥିଲେ । ସେଠାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ବର୍ଷ ବୟସ ହୋଇଥିଲା । ଆଜି ତାଙ୍କର ମରଶରୀରକୁ ମା’ଚର୍ଚ୍ଚିକାଙ୍କ ଶ୍ମଶାନ ଠାରେ ସତ୍କାର କାଯାଇଥିଲା ।ସତ୍କାର ସମୟରେ ମା’ଚର୍ଚ୍ଚିକାଙ୍କ ସମସ୍ତ ସେବାୟତମାନେ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମା’ଚର୍ଚ୍ଚିକାଙ୍କ ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର , ଚର୍ଚ୍ଚିକା ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣା, ଅଶୋକ କୁମାର ରଣାଙ୍କ ସମେତ ପରିଚାଳନା କମିଟିର ସଭ୍ୟମାନେ ଶୋକ ପ୍ରକାଶ କରି ସ୍ୱର୍ଗତ ରଣାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Exit mobile version