୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ସିଦ୍ଧେଶ୍ୱର ନାଟ୍ୟ ସଂସଦ ତରଫରୁ ୧୧ତମ କାର୍ତ୍ତିକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦେଇ ମହୋତ୍ସବ ମାଧ୍ୟମରେ ଲକୁାୟିତ ପ୍ରତିଭାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବାଙ୍କୀ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ , ସମ୍ମାନିତ ଅତିଥିଭାବେ କ୍ରେଡିଟ୍ ବ୍ୟାଙ୍କର ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦେଇ ମହୋତ୍ସବର ଭୂୟଂସୀ ପ୍ରଶଂସା କରିବା ସହ ଗାଁରେ ହଜିଯାଉଥିବା ପ୍ରତିଭାମାନଙ୍କର ବିକାଶ ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ ।
