ନବାଗତ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଆନୁକୁଲ୍ୟରେ ନବାଗତ ପ୍ରଥମ ବର୍ଷ +୩ ଛାତ୍ରଛାତ୍ରୀମାନଙ୍କୁ ବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସଭାରେ ବିଭାଗୟ ମୁଖ୍ୟ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ପ୍ରାଣୀବିଜ୍ଞାନ ବିଭାଗ ଏକ ପୁରାତନ ଓ ଐତିହ୍ୟ ପୂର୍ଣ୍ଣ ବିଭାଗ ଭାବେ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ବିଭାଗ ତରଫରୁ ବିଭିନ୍ନ ଗବେଷଣା ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ନବାଗତ ଛାତ୍ରଛାତ୍ରୀମାନେ ନିଜକୁ ଗବେଷଣାରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଡକ୍ଟର ଶଶିଭୂଷଣ ମହାପାତ୍ର, ଅଧ୍ୟାପକ ଶ୍ୟାମଲାଲ୍ ଭୋଏ ଓ କୁମୁନ୍ଦ ରଞ୍ଜନ ମହାରଣା ପ୍ରମୁଖ ଯେଗାଦାନ କରି ନୂତନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ନୀତି ନିୟମ ଓ ଶୃଙ୍ଖଳା ବଜାୟ ରଖିବା ପାଇଁ କହିଥିଲେ । ପାଠଚକ୍ର ସଂପାଦକ ଇଫ୍ରାନ୍ ଖାନ୍ ବିଭାଗୀୟ ବିବରଣୀ ପାଠ କରିଥିବା ବେଳେ ସହକାରୀ ସଂପାଦକ ଅମୀତ କ୍ରୀଷ୍ଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version