Home ଓଡ଼ିଶା ଆଇସିକ୍ୟୁସିସି ୨୦୨୪ ଆୱାର୍ଡ : ଟିପିସିଓଡିଏଲ୍ ଜିତିଲା ନଅ ସ୍ୱର୍ଣ୍ଣ ପୁରସ୍କାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟା ପୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ସମ୍ମାନଜନକ ଇଣ୍ଟରନେସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ (ଆଇସିକ୍ୟୁସିସି) ୨୦୨୪ରେ ନଅଟି ‘ସ୍ୱର୍ଣ୍ଣ’ ପୁରସ୍କାର ସହ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଏହି କାର୍ଯ୍ୟକ୍ରମକୁ ୨୦୨୪ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଶ୍ରୀଲଙ୍କା ଆସୋସିଏସନ ଫର ଆଡଭାନ୍ସମେଂଟ ଅଫ କ୍ୱାଲିଟି ଆଣ୍ଡ୍ ପ୍ରଡକ୍ଟିଭିଟି (ଏସ୍ଏଲ୍ଏଏକ୍ୟୁପି) ଦ୍ୱାରା ଆୟୋଜନ କରାଯାଇଥିଲା ଯେଉଁଥିରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ବିୟଣ୍ଡ ବାଉଣ୍ଡ୍ରିଜ: ଏ କ୍ୱେଷ୍ଟ ଫର କ୍ୱାଲିଟି, ପ୍ରଡକ୍ଟିଭିଟି ଆଣ୍ଡ ଇନୋଭେସନ’, ଯେଉଁଥିରେ ୧୪ଟି ଦେଶରୁ ୧୦୮୩ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଟିପିସିଓଡିଏଲ୍ର କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନରେ ଉନ୍ନତି ଆଣିବା ଲାଗି ଟିମ୍ ପକ୍ଷରୁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଗୁଣାତ୍ମକ ମାନ ଓ ଦଳଗତ କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରି ଆଇସିକ୍ୟୁସିସିରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ସମସ୍ତ ଟିମକୁ ମୁଁ ଅଭିନନ୍ଦନ ଜଣାଉଛି । ଆମେ ବିଶ୍ୱାସ କରୁଛୁ ଯେ କ୍ୱାଲିଟି ସର୍କଲର ସମ୍ପ୍ରସାରଣ କର୍ମଚାରୀଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବ ଏବଂ ଆମର ଗ୍ରାହକ କୈନ୍ଦ୍ରୀକ ଲକ୍ଷ୍ୟକୁ ଆଗକୁ ବଢ଼ାଇବ ।’’ ଏହି ଉପଲବ୍ଧି ନିରନ୍ତର ଉନ୍ନତି ଓ ନବସୃଜନର ଏକ ସଂସ୍କୃତି ଦ୍ୱାରା ପରିଚାଳିତ ହୋଇ ଗ୍ରାହକମାନଙ୍କୁ ମୂଲ୍ୟଯୁକ୍ତ ସେବା ପ୍ରଦାନ କରିବା ପ୍ରତି ଟିପିସିଓଡିଏଲ୍ର ରହିଥିବା ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026