୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ ବାସ୍ତବବାଦୀ ବିଷୟବସ୍ତୁକୁ ଧ୍ୟାନ ଦିଆଯାଉଛି । ଆଗକୁ ଏମିତି ଏକ କାହାଣୀ ଓଡିଆ ସିନେ ପ୍ରେମି ଦେଖିବାକୁ ପାଇବେ ‘ଘମାଘୋଟ’ ଜରିଆରେ । କୌତ୍ସବ ଡ୍ରିମୱାର୍କସ୍ ଷ୍ଟୁଡିଓ ତରଫରୁ ବାଲିଯାତ୍ରାରେ ଯାହାର ଫୋଷ୍ଟର କରାଯାଇଛି ରିଲିଜ୍ ।
