Home ଅପରାଧ ଆକ୍ସନ ମୋଡ୍ ରେ ପୋଲିସ ,ଗିରଫ ହେଲା ଶିକାରୀ ଓ ଓ ଜବତ୍ ହେଲା ବନ୍ଧୁକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆକ୍ସନ୍ ମୋଡ୍ ରେ ଦଶପଲ୍ଲା ଥାନା ଅଧିକାରିଣୀ ଅନିତା ସାହୁ ଓ ବାଣୀଗୋଛା ଥାନାଧିକାରୀ ବିନୟ ରଂଜନ ପରିଡା । ଗତ କିଛିଦିନ ଧରି ଶ୍ରୀମତୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚଢାଓ କରାଯାଇ ଦଶପଲ୍ଲା ଥାନା ଅନ୍ତର୍ଗତ ମଧୁପୁର ନିକଟରୁ ଦେଶୀ ବନ୍ଧୁକ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ଖଇରାପଙ୍କାଳସାହି ର ପବନା ନାୟକଙ୍କ ପୁତ୍ର ତୀର୍ଥବାସୀ ନାୟକ (୪୬ ବର୍ଷ ) ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରି ଏଭଳି ସଫଳତା ପାଇଥିବା ଜଣାପଡ଼ିଛି । ଅପର ପାର୍ଶ୍ବରେ ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ନିଜ ପାଖରେ ଚୋରା ଦେଶୀ ବନ୍ଧୁକ ରଖି ବିଭିନ୍ନ ସମୟରେ ଶିକାର କରୁଥିବା ଜଣେ ପୋଖତ ଶୀକାରୀ କୁ ଗତ ମଙ୍ଗଳବାର ଦିନ ବାଣିଗୋଛା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଘରୁ ୨ଟି ବନ୍ଧୁକ ଜବତ କରିଥିବା ବେଳେ, ଅଭିଯୁକ୍ତ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବାଣିଗୋଛା ଥାନା ଅନ୍ରର୍ଗତ ଚଡ଼େୟାପଲ୍ଲୀ ପଞ୍ଚାୟତ ଲଣ୍ତାଗାଡୁ ଗ୍ରାମର ବ୍ରଜବନ୍ଧୁ ମଳିକ (୫୮)। ବ୍ରଜବନ୍ଧୁ ନିଜ ପାଖରେ ବନ୍ଧୁକ ରଖି ବିଭିନ୍ନ ସମୟରେ ଜଙ୍ଗଲରୁ ଶିକାର କରୁଥିଲେ । ଏସମ୍ପର୍କରେ ଖବର ପାଇବା ପରେ ବାଣିଗୋଛା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ତାଙ୍କ ଘର ଉପରେ ଚଢ଼ଉ କରିଥିଲେ | ଘରେ ସେ ନ ଥିବାବେଳେ କେବଳ ୨ଟି ବନ୍ଧୁକ ଜବତ କରାଯାଇଥିଲା । ପୁନର୍ବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଯୋଜନାବଦ୍ଧ ଭାବରେ ତାକଂ ଘର ଉପରେ ଚଢାଓ କରାଯାଇ ,ତାକୁ ଗିରଫ କରାଯାଇଛି। ଏହି ପୋଖତ ଓ ଅଭ୍ୟାସଗତ ଶୀକାରୀ କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପରିଡ଼ା କରିଛନ୍ତି l ପ୍ରକାଶ ଥାଉକି ବାଣିଗୋଛା ଥାନାର ପୂର୍ବତନ ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା ମଧ୍ୟ ୧୧ ଗୋଟି ବେଆଇନ ବନ୍ଧୁକ ଜବତ୍ କରିଥିଲେମଧ୍ୟ ଅଦ୍ୟାବଧି ଚୋରା ବନ୍ଧୁକ କାରଖାନା କୁ ଠାବ କରାଯାଇପାରିନାହିଁ । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026