୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଜଂକିଆ ଥାନା ଅଞ୍ଚଳରେ ବ୍ରାଉନସୁଗାର ବେପାର ଦିନକୁ ଦିନ ବଢ଼ି ଚାଲିଛି । ଜଂକିଆ ଥାନା ନିକଟସ୍ଥ ଜଂଗଲରେ ମଳିପଡା ଓ ନରଣଗଡ ରାସ୍ତା ରେ ଏକ ବାଇକରେ ଜଣେ ଯୁବକ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ବେପାରୀ ଜଣଙ୍କୁ ମାଡି ବସିଛି ଅବକାରୀ ବିଭାଗ ପୋଲିସ । ପୋଲିସ କୈ।ଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନିଶାଡି ମାନଙ୍କ ପାଇଁ ଜଂକିଆ ଥାନା ଅଞ୍ଚଳ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି । ନିଶା କବଳରେ ଯୁବଗୋଷ୍ଠୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ନିଶା ସେବନ କରି ଯୁବକ ମାନେ ଅନେକ ଅପରାଧ ଘଟାଉଛନ୍ତି । ନିଶା କାରବାର ବନ୍ଦକୁ ନେଇ ବୁଦ୍ଧିଜୀବୀ ଚିନ୍ତାରେ ।
