Home ଓଡ଼ିଶା ଧାନମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ରାଜ୍ୟ ବିଜେପି ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାଷୀମାନଙ୍କର ଚଳିତ ବର୍ଷର ଧାନମଣ୍ଡି ଗୁଡିକୁ ବିଜେପି କୃଷକ ମୋର୍ଚା ସଦସ୍ୟମାନଙ୍କ ଦ୍ୱାରା ଧାନ ସଂଗ୍ରହ କରାଯାଇ ମିଲର୍ସ ମାନଙ୍କୁ ପ୍ରଦାନ କରାଯିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଚିଠି କରିଅଛନ୍ତି l ଏହି ଧାନମଣ୍ଡି ତଦାରଖ ଓ ଚାଷୀଙ୍କ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କୃଷକ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ମିଶ୍ରଙ୍କ ସମେତ 37ଜଣ ସଦସ୍ୟଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଯୁକ୍ତି ଦେଇ ଅଛନ୍ତି l ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଏକ ଜରୁରୀ ବୈଠକ ଡକାଇ ନିଯୁକ୍ତି ପାଇଥିବା 37ଜଣ କୃଷକ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଆଲୋଚନା କରି ଦାୟିତ୍ୱ ବଣ୍ଟନ କରିଛନ୍ତି l ପ୍ରତ୍ୟେକ ଚାଷୀମାନେ ଆସନ୍ତା ଢ଼ିସେମ୍ବର ପହିଲାରେ ସେବା ସମବାୟ ସମିତି ଜରିଆରେ ପଞ୍ଜିକରଣ କରିଥିବା ଧାନମଣ୍ଡି ଗୁଡିକରେ ଧାନ ଦେବେ ଓ ଧାନ କ୍ଵଣ୍ଟାଲ ପିଛା ସରକାରୀ ଦରରେ 3100ଟଙ୍କା ପାଇବେ l ଧାନମଣ୍ଡିରେ ଦୁର୍ନୀତି ନ ହେବା ପାଇଁ ଓ ମିଲର୍ସମାନେ ଚାଷୀମାନଙ୍କ ଧାନ ନେବାବେଳେ ଧାନ ନ କାଟିବାକୁ ସମସ୍ତ କୃଷକ ମୋର୍ଚା ସଦସ୍ୟମାନେ ତଦାରଖ କରିବେ l ଫଳରେ ସମସ୍ତ ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ବରିଷ୍ଠ କୃଷକ ମୋର୍ଚା ସଦସ୍ୟ ଶିବ ପ୍ରସାଦ ମିଶ୍ର ଗଣ ମାଧ୍ୟମକୁ ସୂଚନା ଦେଇ ଅଛନ୍ତି l କୃଷି ଓ କୃଷକର ବିକାଶ ପାଇଁ ବିଜେପି ସରକାର କାର୍ଯ୍ୟ କରୁଅଛି ବୋଲି ଶ୍ରୀ ମିଶ୍ର ଘୋଷଣା କରିଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026