୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଟ୍ରେନ୍ ଲାଇନ ଚ୍ୟୁତ୍ ହେଉ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା କେନ୍ଦୁଆପଦା ରେଲୱେ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ କରା ଯାଇଥିଲା। ପ୍ରକୃତ ସମୟ ଭିତ୍ତିରେ ମଣିଷ ଏବଂ ସାମଗ୍ରୀ ସହିତ ରିଲିଫ୍ ଅପରେସନ୍ କରାଯାଇଥିଲା। କେନ୍ଦୁଆପଦା ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନର ଦୁଇଟି କୋଚ ଲାଇନ ଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା। ତୀର୍ଥଯାତ୍ରୀ ଟ୍ରେନର ଲାଇନ ଚ୍ୟୁତ୍ ହେବା ତୁରନ୍ତ ପରେ, ଆକ୍ସିଡେଣ୍ଟାଲ୍ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ଭ୍ୟାନ୍, ଭଦ୍ରକ ରେଳ ଷ୍ଟେସନରୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ।

