୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ଏବେ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବାହା ଓ ହାତୀ ପାଇଁ ଏକର ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ ହେଉଛି । ଜମିରେ ଧାନ ପାଚିବା ସମୟ ହୋଇଛି। ଧାନକାଟି ବାଡ଼ିକୁ ଆଣିବା ପାଇଁ ଚାଷୀ ସଜବାଜ ଜ ହେଉଥିବା ବେଳେ ,ଏବେ ଦାଉ ସାଜୁଛନ୍ତି ବନ୍ୟଜନ୍ତୁ । ଯାହାକି ଗତକାଲି ରାତିରେ ଟାକରା ସେକ୍ସନର ଦୁର୍ଗାପ୍ରସାଦ, ଶାଳଭଙ୍ଗା, ଜାମୁସାହି, ତଇଳାସାହି ସମେତ ବାଣିଗୋଛା ସେକ୍ସନର ଗରସା ଓ ରାଗୁଡ଼ା ଆଦି ଗ୍ରାମରେ ଏଭଳି ଉପଦ୍ରବ ହୋଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି।

