ଉପଜିଲ୍ଲାପାଳଙ୍କ ଏରୁଣ୍ଡି ବନ୍ଧରେ ଫାଟ

୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗତ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀରେ ଥିବା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଭୁବନେଶ୍ବର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଗୋପୀନାଥ କୁଅଁର ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ଏବେ ପ୍ରାୟ ୨୦ ଦିନରୁ ଉର୍ଦ୍ଧ୍ବ ହେଲାଣି ଶ୍ରୀକୁଅଁରଙ୍କ ବଦଳି ହୋଇଥିଲେ ମଧ୍ଯ ନୂଆ ଉପଜିଲ୍ଲାପାଳ ଯୋଗ ଦେଇନାହାନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଏବେ ଖାଁ ଖାଁ ଲାଗୁଛି । ଅନ୍ଯପକ୍ଷରେ ନୂଆ ଉପଜିଲ୍ଲାପାଳ ଆସିବେ ବୋଲି କାର୍ଯ୍ଯାଳୟ ଭିତରେ ଥିବା ଗଛ ଓ ଡାଳ କଟାଯାଇ ସଫା କରାଯାଇଛି ।.

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ପ୍ରବେଶ ପଥର କବାଟ ଉପର ଏରୁଣ୍ଡିବନ୍ଧ କଂକ୍ରିଟ ଛାଡି ଲୁହା ରଡ ଦେଖାଯାଉଛି । ଯାହା ଅଶୁଭ ଲକ୍ଷଣ ବୋଲି ବାସ୍ତୁ ଶାସ୍ତ୍ରବିତ ମାନେ କହିଛନ୍ତି । ଉପଜିଲ୍ଲାପାଳ କାହିଁକି ଯୋଗ ଦେଉନାହାନ୍ତି, କାହିଁକି ବିଳମ୍ବ ଘଟୁଛି କିଏ ଆସିବେ ବୋଲି ଲବିରେ ଅଛନ୍ତି ତାକୁ ନେଇ କଚେରି ଛକରେ ଆଲୋଚନା ହେଉଛି । ପ୍ରତିଦିନ କାର୍ଯ୍ଯାଳୟକୁ ଆସୁଥିବା ଜନସାଧାରଣ ଓ ଆଇନଜୀବୀ ମାନେ ନିରାଶ ହୋଇ ଫେରୁଛନ୍ତି । କାର୍ଯ୍ଯାଳୟର ପାଚେରିକୁ ଲାଗି ରାସ୍ତା ଉପରେ ଡାଳପତ୍ର ଓ ଅଳିଆ ଗଦା ହୋଇଛି । ଜନପ୍ରିୟ ଜନତାଙ୍କ ସରକାର ଖୁବଶୀଘ୍ର ଏହି ପଦବି ପୂରଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Exit mobile version