କବିରାଜ ବିଭୂତି ଭୂଷଣ ଦାଶ ଥିଲେ ଏକ ସାରସ୍ୱତ ଅନୁଷ୍ଠାନ

୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> କବିରାଜ ବିଭୂତି ଭୂଷଣ ଦାଶ ଥିଲେ ଏକ ସାରସ୍ୱତ ଅନୁଷ୍ଠାନ l ସେ ସାଧାରଣ ବ୍ୟକ୍ତି ନଥିଲେ l ସମଗ୍ର ଓଡ଼ିଶାରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଚିକିତ୍ସା ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ସ୍ବର୍ଗତ ଦାଶ ଙ୍କ ମୈନ୍ଦି ପୁର ବାସଭବନରେ ମଙ୍ଗଳ ବାର ରାତିରେ ଆୟୋଜିତ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସବର ଶ୍ରଦ୍ଧା ଞ୍ଜଳୀ ସଭାରେ ବକ୍ତା ମାନେ କହିଥିଲେ l ଓଡିଶା ମାନବିକ ଅଧିକାର କମିସନର ଅସୀମ ଅମିତାଭ ଦାଶ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତ ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,

ବରେଣ୍ୟ ଅତିଥିତି ଭାବେ ପୂର୍ବତନ ଏମପି ଡା ରାଜଶ୍ରୀ ମଲ୍ଲିକ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, କବି ପିତାମ୍ବର ମହାପାତ୍ର, ଧ୍ୟାନକୁଦ ପୀଠର ରାଜା ପ୍ରମୋଦ କୁମାର ନନ୍ଦୀ, ବାବା ଅରକ୍ଷିତ ଦାସ ମହାରାଜ, ବିଭୁଦତ୍ତ ସାହୁ, ପବିତ୍ର ପଶାୟତ, ପବିତ୍ର ଭୂୟାଁ,କାଳନ୍ଦୀ ଚରଣ ବସ୍ତିଆ, ରବୀନ୍ଦ୍ର ସାହୁ, ଶିବପ୍ରସାଦ ଜେନା,

କବି ବାମଦେବ ସ୍ୱାଇଁ, ଙ୍କ ସହ ଜ୍ଞାନୀ, ଗୁଣି, ସୁଭେସଛୁ, ଜନସାଧାରଣ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିବାସହ ସ୍ବର୍ଗତ କବିରାଜ ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପ୍ରଥମେ ସ୍ବର୍ଗତ କବିରାଜ ଙ୍କ ଉପରେ ଲିଖିତ ଭୋଜ୍ୟ ବାର୍ଷିକ ସଂଖ୍ୟାକୁ ଅଥିତିମାନେ ଉନ୍ମୋଚନ କରିଥିଲେ l କବିରାଜଙ୍କ ସାନଭାଇ ଜ୍ଞାନ ଦାଶ, ପୁତ୍ର ଡା ଶ୍ରୀକୁମାର ଦାଶ, ଡା ସୁକୁମାର ଦାଶ, ଡା ଶୁଭ କୁମାର ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l

Exit mobile version