Home ଓଡ଼ିଶା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସାମିଲ – ସାଧୁ ସନ୍ଥ ଙ୍କ ଦିବ୍ୟ ଜ୍ଞାନ ରେ ପ୍ରକମ୍ପିତ ହେଲା ପରିବେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା ,ଦେବତାଙ୍କ ମହାସ୍ନାନ,ସଲାପୂଜା ହୋମ ନାମ ଯଜ୍ଞ ,ଅନ୍ନଯଜ୍ଞ ହୋଇଥିବା ବେଳେ ମଧ୍ୟ ରାତ୍ର ରେ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ଜୀବନ ମୁକ୍ତା ନନ୍ଦା ପୁରୀ ,ସ୍ଵାମୀ ସତ୍ୟାନନ୍ଦ ଗିରି ,ସ୍ଵାମୀ ସୃତି ସାଗର ,ସାଧୁ ପ୍ରଭାକର ଦାସ ,ସାଧୁ ବିପିନ ଦାସ ,ସନ୍ଥ ଯୋଗୀରାଜ,ଅଯୋଧ୍ୟା ମହାରାଜ ,ସୁରେନ୍ଦ୍ର ଦାସ ,ପ୍ରଭୁ ସେବକ ଦାସ ,ଶତୃଘନ ଦାସ ,ଆନନ୍ଦ ଦାସ ,ହନୁମାନ ଦାସ ,ଶିବାନନ୍ଦ ବ୍ରହ୍ମଚାରି ,ମୁନସି ରାମ ଦାସ ,ସାଧୁ ନନ୍ଦ ବ୍ରହ୍ମଚାରି, ପରମାନନ୍ଦ ବ୍ରହ୍ମଚାରି ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଳୁ ଙ୍କୁ ଦିବ୍ୟ ଜ୍ଞାନ ପ୍ରବଚନ ମାଧ୍ୟମରେ ପ୍ରଦାନ କରିଛନ୍ତି । କର୍ତ୍ତା ଭାବେ ସନ୍ତୋଷ ପଣ୍ଡା, ମଧୁସୂଦନ ଦାସ, ଡଃ.ଗୋପାଳ କୃଷ୍ଣ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ ଓ ବନମାଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କରିଥିଲେ । ପୁରୋହିତ ଭାବେ ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣଚନ୍ଦ୍ର ଶତପଥୀ, ଦେବାଶିଷ ରଥ ,ଦେବୀ ପ୍ରସାଦ ରଥ ,ରାମ କୃଷ୍ଣ ଆଚାର୍ଯ୍ୟ, ମନ୍ତ୍ର ପାଠ କରିଥିଲେ । ଗାୟତ୍ରୀ ପରିବାର ପକ୍ଷରୁ ଖାଦ୍ୟ ପରିବେଷଣ କରାଯାଉଥିବା ବେଳେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଓମ ଶାନ୍ତି ପକ୍ଷରୁ ଦିବ୍ୟ ଜ୍ଞାନ ପ୍ରଦାନ କରଯାଇଥିଲା । ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କୁ ମଧ୍ୟ ସ୍ଵାଗତ କରିବା ପରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ସାମିଲ ହୋଇଥିଲେ । ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ଉପସ୍ଥିତ ସାଧୁ ସନ୍ଥ ଓ ଭକ୍ତଙ୍କ ସହ ମିଶି ଆଶ୍ରିବାଦ ଲାଭ କରିଛନ୍ତି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026 ଆସନ୍ତାକାଲି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି : ୬ ଘଣ୍ଟା ଦର୍ଶନ ବନ୍ଦ by Proprietor Abhimanyu Maharana September 22, 2026 ବାଲିଗୁଡା ଆଦିବାସି ମହାବିଦ୍ୟାଳୟରେ ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 22, 2026