Home ଓଡ଼ିଶା ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ୭୧ତମ ସମବାୟ ସପ୍ତାହ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ସମବାୟ ସଂଘ ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ୭୧ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଅଧିକ ସମବାୟ ଅନୁଷ୍ଠାନ ଗଠନ କରି ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ସଶକ୍ତିକରଣ କରିବାକୁ ପରାମର୍ଶ ଦେଇଥିଲେ।ସରକାର ଚାଷୀଙ୍କ ଉନ୍ନତି ପାଇଁ ଧାନର ସର୍ବନିମ୍ନ କିଣା ଦାମ ୩୧୦୦ଟଙ୍କା ଚଳିତ ଧାନ କିଣାରେ ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ,ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିବା ବେଳେ ,ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ଡିଆରସିଏସ ତୃପ୍ତି କଲ୍ୟାଣ ସେଠୀ ,ନାବାର୍ଡ ଡିଡିଏମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମବାୟ ଆନ୍ଦୋଳନକୁ ଜିଲାରେ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ। ଜିଲା ସମବାୟ ସଂଘର ୧୨ଜଣ ପରିଚାଳନା ନିର୍ଦ୍ଦେଶକ ଓ ବିଭିନ୍ନ ଲ୍ୟାମ୍ପସ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ। ୧୯୦୪ମସିହା ଠାରୁ ଦେଶରେ ସମବାୟ ଆଇନ କାର୍ଯ୍ୟକାରୀ ହୋଇଥିଲା ବେଳେ ଓଡିଶାରେ ତାର ଛ ବର୍ଷ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ କଟକରେ ଖାଉଟି ସମବାୟ ଭଣ୍ଡାର ପ୍ରତିଷ୍ଠା କରି ସମବାୟ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ବୋଲି ସଂଘ ର ସଭାନେତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଜନସାଧାରଣଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ରେ ସମବାୟ ଅନୁଷ୍ଠାନ ମାନଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟ ତଥା ଦେଶର ଅର୍ଥ ନୈତିକ ବିକାଶ ହୋଇ ପାରିବ ବୋଲି ମଧୁବାବୁ କହୁଥିଲେ। ମଣିଷର ଅର୍ଥ ନୈତିକ ବିକାଶ ପାଇଁ ସମବାୟ ହିଁ ପ୍ରକୃଷ୍ଟ ମାଧ୍ୟମ।ଏହି ଅବସରରେ କନ୍ଧମାଳ ଜିଲ୍ଲାର ସମବାୟ ଆନ୍ଦୋଳନର ପୁରୋଧା ହିସାବରେ ଗୌରୀ ଶଙ୍କର ପଟନାୟକଙ୍କୁ ଅତିଥିମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଶ୍ରେଷ୍ଠ ଲ୍ୟାମ୍ପସ ଭାବେ ଜି ଉଦୟଗିରି ଓ ବ୍ରାହ୍ମଣୀ ଗାଁ ଲ୍ୟାମ୍ପସକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଷ୍ଠାପର ସେବା ପାଇଁ ଫୁଲବାଣୀ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ଓ ବାଲିଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁନିଲ ସାହୁଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବୌଦ୍ଧ ସମବାୟ ବ୍ୟାଙ୍କ ପରିଚାଳକ କ୍ଷୀରୋଦ କୁମାର ମିଶ୍ର,ଇନ୍ସପେକ୍ଟର ସତ୍ୟଜିତ ସେଠୀ,ଅଡିଟର ଗୋପାଳ କୃଷ୍ଣ ପ୍ରଧାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହା ସହିତ ୨୪ଗୋଟି ଲ୍ୟାମ୍ପସର ୨୪ଜଣ ଅଗ୍ରଣୀ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଜରାଟ ଆନ୍ଧ୍ରପ୍ରଦେଶ ଭଳି ଓଡିଶା ରେ ସମବାୟ ଆନ୍ଦୋଳନ ସଶକ୍ତ ହେବା ଆବଶ୍ୟକ । ସେଥିପାଇଁ ହୀନମନ୍ୟତା ଓ ସ୍ୱାର୍ଥପରତା ଛାଡି ସହଭାଗିତା ଓ ସହଯୋଗ ବୃଦ୍ଧି ହେବା ଆବଶ୍ୟକ ବୋଲି ବିଧାୟକ କହିଥିଲେ । କନ୍ଧମାଳ ଜିଲ୍ଲାରେ ବିକଳ୍ପ ରୋଜଗାର ପାଇଁ ପ୍ରତି ବ୍ଲକରେ ଓ ପଞ୍ଚାୟତ ରେ ସମବାୟ ସମିତି ଗଠନ କରି ଗରିବ ଖଟିଖିଆଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ବ୍ୟବସ୍ଥା କରିବା ଆବଶ୍ୟକ।ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୩ଜଣ କୃତି ପ୍ରତିଯୋଗୀଙ୍କୁ ଟ୫୦୦୦/-, ଟ୩୦୦୦/-ଓଟ୨୦୦୦/- ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସମବାୟ ସମୂହ ନିବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏସ. ଆର ସି ଗଙ୍ଗାଧର କହଁର,ଏମ.ଡ଼ି ଫୁଲବାଣୀ ଭୀମସେନ ସାହୁ, ସଂଘ ସମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନଙ୍କ ସହ ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।ସମବାୟ କାର୍ଯାଳୟଠାରେ ସପ୍ତାହ ପ୍ରାରମ୍ଭରେ ସମବାୟ ପତକା ଉତ୍ତୋଳନ କରାଯାଇଥିଲା । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026