Home ଓଡ଼ିଶା ମାନସିକ ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ବେସିକ ନିଡ୍ ଇଣ୍ଡିଆ ସହଯୋଗ ରେ ଚାଲିଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ଦିନିକିଆ କର୍ମଶାଳା ଜିଲ୍ଲା ଜି.ଏନ୍.ଏମ୍ ତାଲିମ୍ କେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଛି । ମାନସିକ ଅସୁସ୍ଥ ବ୍ୟକ୍ତି ବିଶେଶ ଙ୍କୁ କୁପରି ଚିକିତ୍ସା ଦେବା ସହ ସେମାନଙ୍କ ର ଯତ୍ନ ନିଆଯାଇ ପାରିବ ତାହା ବର୍ତମାନ ସମୟରେ ଏକ ଚ୍ୟାଲେଞ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଶ କୁମାର ପାଢି ଯୋଗଦେଇ ଚାପ ମୁକ୍ତ ଜିବନ ବିତାଇ ପାରିଲେ ମାନସିକ ଅସୁସ୍ଥତା କୁ ଦୂର କରିହେବ ବୋଲି ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ । ତତ୍ସହିତ ଜାତିୟ ସ୍ୱାସ୍ଥ୍ୟ ମିଶନ୍ ର କନ୍ଧମାଳ ଜିଲ୍ଲା ପରିଚାଳକ ମନୋରଞନ ସାହୁ ଉପସ୍ଥିତ ରହି ଗାଁଗହଳି ରୁ ଆସି ଯୋଗ ଦେଇଥିବା ମାନସିକ ଅଶୁସ୍ଥ ବ୍ୟକ୍ତି ମାନଙ୍କର ସହଯ ଓ ସୁସ୍ଥ ଜିବନ କାମନା କରିଥିଲେ । କାର୍ଯକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରଜତ କୁମାର ଦିଗାଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ , ଅତିରିକ୍ତ ଜିଲ୍ଲା ପଷୁ ଚିକିତ୍ସା ଅଧିକାରି ଡାକ୍ତର ପ୍ରଣବ କିଶୋର ପଟନାୟକ, ଫୁଲବାଣୀ ବ୍ଲକ୍ ସାମିଜିକ ସୁରକ୍ଷା ଅଧିକାରୀ ଉଷାରାଣୀ ପ୍ରଧାନ, ଫୁଲବାଣୀ ଶିଶୁ ବିକାଶ ଅଧିକାରି ବୈଜୟନ୍ତି ମଲ୍ଲିକ ଉପସ୍ଥିତ ରହି ମାନସିକ ଅସୁସ୍ଥତା ରୁ ଜନସାଧାରଣଙ୍କୁ ମୁକୁଳାଇବାକୁ ହେଲେ ଯତ୍ନକାରୀ ମାନଙ୍କ ର ଭୂମିକା ଅଧିକ ରଖିବାକୁ ପଡିବ ବୋଲି କହିଥିଲେ ତତ୍ସହିତ ଗ୍ରମ୍ୟ ସ୍ତରରେ ମହିଳା ଓ ଶିଶୁବିକାଶ ତରଫରୁ ନଜର ରଖାଜିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ନିଜ ନିଜ ବିଭାଗରେ ଥିବା ବ୍ୟବସ୍ଥା କୁ ପାଥେୟ କରି ଯେତେ ଦୂର ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ବରିଷ୍ଠ ଆଇନ୍ଜିବୀ ବିଜୟକୃଷ୍ଣ ପଟ୍ଟନାୟକ ରୋଟାରୀ କ୍ଲବ୍ ଫୁଲବାଣୀ ଙ୍କ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ବେସିକ୍ ନିଡ୍ ଇଣ୍ଡିଆ ର ରାଜ୍ୟ ସଂଯୋଯକ ରାଜିବ କର୍ମୀ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନା କରିବା ସହିତ ଏହା କିପରି ଗୋଷ୍ଠି ସ୍ତର ରେ ପରିଚାଳନା କରାଯାଇପାରିବ ତାହା ଗୁରୁତ୍ୱ ଦେଇଥିଲେ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ସଭା ପରିଚାଳନା କରିବା ସହ ସ୍ୱାତୀ ଅନୁଷ୍ଠାନ ସଦାସର୍ବଦା ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ସବୁ ସମୟରେ ସେବା ଜାରିରଖିବ ବୋଲି ପ୍ରତିଶୃତି ଦେଇଥିଲେ । ମାନସିକ ଅସୁସ୍ଥ କାର୍ଯ୍ୟକ୍ରମର ଏକ ସମ୍ୟକ ବିବରଣୀ ପ୍ରକଳ୍ପ ସଂଯୋଯକ ବୈକୁଣ୍ଠ ଚନ୍ଦ୍ର ଦାସ ପି.ପି.ଟି. ମାଧ୍ୟମରେ ଉପସ୍ଥାପନା କରିଥିଲେ । ଆଲୋକ ସାମନ୍ତରାଏ, ପ୍ରଦିପ ସ୍ୱାଇଁ ଓ ଅନ୍ୟ ସ୍ୱେଚ୍ଛାସେବୀ ମାନେ ପରିଚାଳନା ରେ ସହ ଯୋଗ କରିଥିବାବେଳେ ପରିବାର ସହାୟକ ଗୋଷ୍ଠି ତରଫରୁ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026