୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା ବ୍ଲକ :-> ଚିଲିକା ବ୍ଲକ ସ୍ତରୀୟ ବିଜ୍ଞାନମେଳା ଆଜି ଶ୍ରୀ ଲୋକନାଥ ଦେଵ ମାନସିଂହ ବିଦ୍ୟାପୀଠ, ଵିରିବାଡି ଠାରେ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇ ଯାଇଛି । ପୂର୍ବାହ୍ନ ରେ ଉଦ୍ ଘାଟନ ସଭାରେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ଚିଲିକା ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସେଣ ଓ ସମିତି ସଭ୍ୟ ଚରଣ ସେଣ, ଵି ଆର୍ ସି ସି ନୀଳାଦ୍ରି ଭୂଷଣ ଦାଶ ଓ ଏଵିଓ ଗୀତାଞ୍ଜଳି ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ ।

