ଚନ୍ଦ୍ରଭାଗା ଉପକୂଳ ରେ ବେଆଇନ ମାଛଧରା ଟ୍ରଲର ଜବତ

୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :->  ବିରଳ ଅଲିଭ ରେଡିଲ କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଅଲିଭରିଡଲେ ଙ୍କ ଅଣ୍ଡାଦାନ ପ୍ରକ୍ରିୟା ଯେଭଳି ବାଧାପ୍ରାପ୍ତ ନହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଏଥିପାଇଁ ସମୁଦ୍ର ର ନିର୍ଦ୍ଧିଷ୍ଟ ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇ ଯନ୍ତ୍ରଚାଳିତ ଡ଼ଙ୍ଗା ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ମାତ୍ର ଏହାକୁ ଖାତିର ନକରି କେତେକ ଅସାଧୁ ଟ୍ରଲର ମାଲିକ ସମୁଦ୍ର ର ନିଷିଦ୍ଧାଞ୍ଚଳ ରେ ପ୍ରବେଶ କରି ମାଛ ଧରୁଥିବା ଅଭିଯୋଗ ହୋଇଆସୁଥିଲା ।

ଏସମ୍ପର୍କ ରେ ଖବର ମିଳିବା ପରେ ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କଡାକଡି କରାଯାଇଥିବା ନଜର କୁ ଆସିଛି। ଚନ୍ଦ୍ରଭାଗା ଉପକୂଳ ରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ବେଆଇନ ମାଛ ଧରା ଟ୍ରଲର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରୀ ରେ ହୋଇଥିବା ଏହି ଚଢ଼ାଉ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ଙ୍କ ନେତୃତ୍ୱ ରେ କରାଯାଇ ଥିବା ସୂଚନା ମିଳିଛି। ଏହି ମାଛ ଧରା ଟ୍ରଲର ଚନ୍ଦ୍ରଭାଗା ତେଲୁଗୁ ବସ୍ତି ଠାରେ ବିଳମ୍ବିତ ରାତ୍ରରେ ଜବତ କରାଯାଇଛି।

 

ଜବତ ଟ୍ରଲର ନମ୍ବର ମା କାଳୀ ଇଣ୍ଡି – ଓଆର – ଏମ ଏମ – ୩୩୭/୨୦୨୧ ବୋଲି ସୂଚନା ମିଳିଛି। ମାଛ ମାରୁଥିବା ବେଳେ ଟ୍ରଲରଟିକୁ ଜବତ କରାଯାଇଥିଲା । ଏହି ଟ୍ରଲର ଜବତ ଟିମ ରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର କୋଣାର୍କ ଏ ଫି ଓ ଅମ୍ରିତା ପ୍ରଧାନ,ସତ୍ୟବ୍ରତ ଦାସ, ମାନସ ବେହେରା, ଭାବଗ୍ରାହୀ ସେଠୀ, କୋଣାର୍କ ଫିସାରି, କାର୍ଯ୍ୟାଳୟ ଓ ବନବିଭାଗ ତରଫରୁ ଏକ ଟିମ୍ ପକ୍ଷରୁ ଜବଜ ମାଛ ମୂଲ୍ୟ ଆକଳନ ଜାରି ରହିଛି। ମୂଲ୍ୟ ଆକଳନ ପରେ ଜବତ ମାଛ ନିଲାମ କରାଯିବ ବୋଲି ସୂଚନା ମିଳିଛି।

Exit mobile version