୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ବାବଦରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଠିକ୍ ସମୟରେ ଔଷଧ କ୍ରୟ ଓ ବିତରଣକୁ ତ୍ୱରାନ୍ୱିତ କରି ସାଧାରଣ ରୋଗୀଙ୍କ ପାଖରେ ଆବଶ୍ୟକତା ଅନୁସାରେ ଔଷଧ ପହଞ୍ଚାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରୀ ହସ୍ପିଟାଲଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ନିଗମର କାର୍ଯ୍ୟଧାରାକୁ ପୁଷ୍ଟ କରିବା ପାଇଁ ମନ୍ତ୍ରୀ ଡା. ମହାପାତ୍ର ପରାମର୍ଶ ଦେଇଥିଲେ । ଅନୁରୂପ ଭାବରେ ବାରିପଦାରେ ସ୍ଥାପିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱୟଂସଂପୂର୍ଣ୍ଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ ।

