୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ରାଗୋତ୍ସବ ୨୦୨୪ର ଉଦ୍ଯାପନୀ ସଂଧ୍ୟାରେ ଦେଖିବାକୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ତବଲା ବାଦନରେ ସୁର ତାଳ ବ୍ରହ୍ମ। ପରିବେଷଣ । ଅନ୍ତିମ ସଂଧ୍ୟାର ପ୍ରଥମ ଉପସ୍ଥାପନ ଥିଲା ହୀନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଷାରଦ ଶ୍ରୀ ବିଶ୍ୱଜିତ୍ ମହାପାତ୍ରଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ । ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ ।

