Home ଓଡ଼ିଶା ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉତ୍ତମ ଚରିତ୍ର ଓ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ସଫଳ କରାଇଥାଏ ୧୯ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ କଡବସ୍ଥିତ ଗିରିଧାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଓ ସ୍କୁଲ ପରିଚାଳନା କମିଟିର ମିଳିତ ସହଯୋଗରେ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପକ ଦେବେନ୍ଦ୍ରନାଥ ଧନୀ, ବିଶିଷ୍ଠ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ସଂମ୍ମାନିତ ଅତିଥିଭାବେ ବୋଲଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ଅବସର ପ୍ରାପ୍ତ ହାରିବନ୍ଧୁ ତ୍ରିପାଠୀ,ବ୍ଲକ ଅଧକ୍ଷା ହୁଳସ ପ୍ରଧାନ, ବ୍ଲକ ଉପାଧ୍ୟାକ୍ଷ ରମେଶ ଚନ୍ଦ୍ର ସାହୁ,ଡାକ୍ତର ବିଜୟ କୁମାର ଖୁଣ୍ଟିଆ, ସମିତିସଭ୍ୟା ବୈତୁଲ ବିବି ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ଉତ୍ସବର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ଦେଥିବାବେଳେ ଶିକ୍ଷକ ସତ୍ୟବ୍ରତ ରଥ ଅତିଥିପରିଚୟ ପ୍ରଦାନ କରିଥିଲେ ! ଶିକ୍ଷୟିତ୍ରୀ କଳ୍ପନା ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ ! ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲେ ! ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ସହିତ ଉତ୍ତମ ଚରିତ୍ରବାନ ହୋଇ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ଭଲମଣିଷ ହେବାକୁ ମୁଖ୍ୟଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ! ସମସ୍ତ ଛାତ୍ରଛାତ୍ରୀମାନେ କାଠିନ ପରିଶ୍ରମ କଲେ ଜୀବନରେ ବିଜୟୀ ହୋଇପାରିବେ ବୋଲି ସମସ୍ତ ନିମନ୍ତ୍ରିତ ଅତିଥିମାନେ ସୂଚନା ଦେଇଥିଲେ ! କୃତୀ ଛାତ୍ରଛାତ୍ରୀମାନଙ୍କୁ ଓ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନଂ ରଖିଥିବା ଛାତ୍ର ଓ଼ମ ପ୍ରକାଶ ସାହୁ ପ୍ରମୁଖଙ୍କୁ ପ୍ରମାଣ ପତ୍ର ପୁରସ୍କାର ଓ ଟ୍ରଫି ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରଦାନ କରିଥିଲେ ! ଶିକ୍ଷୟିତ୍ରୀ ଅମ୍ବିକା ମଞ୍ଜରୀ ବେହେରା ଓ ଅର୍ଚନା ମହାପାତ୍ର ପ୍ରମୁଖଙ୍କ ନୃତ୍ୟ ନିଦେଶନାରେ ଛାତ୍ରଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ନୃତ୍ୟ ପରିବେଷଣ କରିଥିଲେ ! ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଅଞ୍ଜନା ଘୋଷ, ଶୁଭଶ୍ରୀ ପଟ୍ଟନାୟକ, ସରୋଜିନୀ ଜୟସିଂହ, ମନୋଜ କୁମାର ପଣ୍ଡା, ପ୍ରେମାନନ୍ଦ ମହଲା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଶିକ୍ଷକ ସୁକାନ୍ତ କୁମାର ବ୍ରହ୍ମl ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026