Home ଅପରାଧ ୩୮୭ କେଜି ଗଞ୍ଜେଇ ଜବତ : ବୋଲର ଜବତ ସହ ୨ଗିରଫ ଓ ପୁଲିସ ଚଖମା ଦେଖାଇ ୩ ଫେରାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ପୁଲିସ କଙ୍କଡାଗୁଡା ଠାରୁ ତୁମନ ଗ୍ରାମ ମଝିରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ୨ଟି ବାଇକ୍ ଓ ଗୋଟିଏ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲେ । ବୋଲେରୋର ଖାନତଲାସୀ ବେଳେ ସେଥିରୁ ୩କୁଇଣ୍ଟଲ ୮୭ କେଜି ଗଞ୍ଜେଇ ମିଳିଥିଲା । ଏକଜିଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ତାହାକୁ ଜବତ କରି ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆର,ଉଦୟଗିରି ଟିକାମାଳ ଗ୍ରାମର ମନୁଆଲ ଆନନ୍ଦ ଓ ଆସମନ ଆନନ୍ଦ । ଉଭୟଙ୍କୁ କୋର୍ଟ ଚାଳଣ କରାଯାଇଛି । ଆଉ ୩ଜଣ ଗଞ୍ଜେଇ ବେପାରି ପୁଲିସ ଚଖମାଦେଖାଇ ଫେରାର ହୋଇଗଲେ । ଆବଶ୍ୟସ୍ଥଳେ ଅଭିଯୁକ୍ତଦ୍ବୟଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ କରାଯିବ । ଫେରାର ଥିବା ୩ଜଣକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଏସ୍ପି ଯତୀନ୍ଦ୍ର ପଣ୍ଡା ସୁଚନା ଦେଇଛନ୍ତି । ଏହି ଅଞ୍ଚଳରେ ଏକ ଚର୍ଛ ହେଉଛି ଏହି ଗଞ୍ଜେଇ ଚୋରା ଚାଲଣରେ ଥିବା ବଡ ଲୋକ ଖସିଯାଇଥାନ୍ତି ଯେଉଁମାନେ ବହୁବର୍ଷ ଧରି ଏହି ଗଞ୍ଜେଇ ବେପାରରେ ସମ୍ପୂତ ଥିବା ବ୍ୟକ୍ତିମାନେ ବଡ ଚାଲାକରେ ଖସିଯାଉଛନ୍ତି ସେମାନଙ୍କୁ ସ୍ଥାନୀୟ ପୁଲିସ ଧରିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣ ବଡ ମାଛଥିଲେ ମାତ୍ର ପୁଲିସ ବଡ ମାଛ ଛାଡି ସାନ ମାଛ ଧରାଯାଇଥିବା ଗ୍ରାମ କୁହାକୁହି ହେଉଛନ୍ତି । ଦେଖିବାକୁ ବାକି ରହିଲା ପୁଲିସ କେବେ ଏହି ଅଞ୍ଚଳର ଗଞ୍ଜେଇ ଚାଲାଣକାରି ମାଷ୍ଟରମାଇଣ୍ଡି ଙ୍କୁ ଧରୁଛି କେବେ । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026