Home ଓଡ଼ିଶା ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ରେ ସମ୍ବର୍ଦ୍ଧିତ ହେଲେ ନୂଆଗାଁ ବ୍ଲକ୍ ର ଦୁଇଜଣ କବି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରାଜ୍ୟ ସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ରେ ନୟାଗଡ ଜିଲ୍ଲା ରୁ ଦୁଇଜଣ କବି ସମ୍ବର୍ଦ୍ଧିତ ହୋଇଛନ୍ତି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଶିକ୍ଷକ ତଥା କବି ସୁରେନ୍ଦ୍ର ନାଥ ଖଣ୍ଡୁଆଳ ଏବଂ ଚିନ୍ତାମଣି ବିଦ୍ୟାପୀଠ ସଂପଡା ର ଶିକ୍ଷକ ହୃଷିକେଶ ପ୍ରଧାନ । ସୂଚନା ଅନୁଯାୟୀ କୈବଲ୍ୟ ସାହିତ୍ୟ ସଂସଦର ୬୧ ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ, କଟକରେ ଅନୁଷ୍ଟିତ ହୋଇ ଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର । ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ଓଡ଼ିଶାର ପଚିଶ ଗୋଟି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀ ବୃନ୍ଦ ନୂତନ ଧାରାରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଉଦ୍ ଘାଟନ କରି ଅନୁଷ୍ଠାନର ସୁଦୂର ପ୍ରସାରି ନୂତନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ଵ କରି ଅତୀତରେ ନୌବାଣିଜ୍ୟ ସାଧବ ପୁଅ ମାନଙ୍କ ଜୀବନ ଜୀବିକା ର ମାଧ୍ୟମ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ବିଚାରପତି ( ସି.ବି.ଆଇ ) ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ ନୌବାଣିଜ୍ୟ ସଂସ୍କୃତି ଉତ୍କଳୀୟ ସାମାଜିକ ଜୀବନକୁ ସମୃଦ୍ଧ କରି ପାରିଛି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ ନୌବାଣିଜ୍ୟ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପରିଚୟ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା , ଆଇ. ଏ.ଏସ ଶ୍ରୀଯୁକ୍ତ ବିଜୟ ଦାସ , ନାଟ୍ୟକାର ଓ ସ୍ତମ୍ଭକାରଡଃ ତୋଫାନ ଜେନା,ଶ୍ରୀଯୁକ୍ତ ବିପିନ୍ ବିହାରୀ ବାରିକ ଶ୍ରୀଯୁକ୍ତ ବିପିନ ଦଳାଇ , ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଡ଼ଃ ମହେଶ୍ୱର , ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଡ଼କ୍ଟର ଯଶୋବନ୍ତ ସାମଲ, କଥାକାର ଏବଂ ସାହିତ୍ୟିକ ଏବଂ ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଠ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଦୁଇଜଣ କବିଙ୍କୁ ସମ୍ବର୍ଦ୍ଧିତ କରିଥଲେ । ଦ୍ଵିତୀୟ ଅଧିବେଶନରେ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ ଓଡ଼ିଆ ବିଭାଗ ମଞ୍ଚ ପରିଚାଳନା କରିଥିଲେ । ଝାରସୁଗୁଡ଼ା ନିବାସୀ କବି ଅରୁଣ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026